ଭୁବନେଶ୍ବର: ସମ୍ପସ୍ରାରଣ ଏବଂ ସୁଦୃଢୀକରଣ ଭୁବନେଶ୍ବରର ଗଣିତ ପ୍ରତିଷ୍ଠାନ-ଏକାମ୍ର କାନନ ରାସ୍ତା । ୧୨.୬୯ କୋଟି ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି । ୨ କିମି ରାସ୍ତାକୁ ୬ ଲେନ୍ କରିବା ପାଇଁ ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି । ରାଜଧାନୀ ସଡ଼କ ବିକାଶ କାର୍ଯ୍ୟକ୍ରମ ଅଧୀନରେ ହେବ ସମ୍ପ୍ରସାରଣ କାମ ।

ଏକ ବୃହତ ଛକର ଉନ୍ନତିକରଣ ସହ ଉପଯୋଗୀ କରିଡର ବି ସୃଷ୍ଟି ହେବ । ଏହି ୨ କିମି ଅଂଶକୁ ପୂର୍ତ୍ତ ବିଭାଗର ରାଜଧାନୀ ସଡ଼କ ବିକାଶ କାର୍ଯ୍ୟକ୍ରମ (ସିଆରଡିପି) ଅଧୀନରେ ୬ ଲେନ୍ ରାସ୍ତା ଆକାରରେ ବିକଶିତ କରାଯିବ । ପ୍ରକଳ୍ପର ଅଂଶ ସ୍ୱରୂପ ଏକ ବୃହତ ଜଙ୍କସନର ଉନ୍ନତିକରଣ ସହିତ ୟୁଟିଲିଟି ଉପଯୋଗୀ କରିଡର ତଥା ଚଲାପଥ ସୃଷ୍ଟି କରାଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ