ଭୁବନେଶ୍ବର: ପୁଣି ରାଜଧାନୀରେ 12କୋରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ 4 ଓ ସ୍ଥାନୀୟ ଅଞ୍ଚଳରୁ 8 ଜଣ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ଡୁମୁଡୁମା ରଘୁନାଥ ନଗର ବସ୍ତିରୁ 2, ଡୁମୁଡୁମା ସୁଖ ବିହାର ବସ୍ତିରୁ ଜଣେ, ଶ୍ରୀରାମ ନଗରରୁ ଜଣେ ଓ ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହାର ସୂଚନା ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଦିଆଯାଇଛି । ଏହାସହ 7 ଜଣ ସୁସ୍ଥ ହୋଇଥିବା ମଧ୍ୟ ସ୍ପଷ୍ଟ କରିଛି ବିଏମସି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ