ଭୁବନେଶ୍ବର: ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 500ଟପିଲାଣି । ଆଜି ପୁଣି ରାଜ୍ୟରେ 11ଜଣଙ୍କ ମୃତ୍ୟୁ ହୋଇଛି ।
କଟକ ଜିଲ୍ଲାର 74 ବର୍ଷର ମହିଳା, ଗଂଜାମ ଜିଲ୍ଲାର 60ବର୍ଷର ପୁରୁଷ, ଜଗତସିଂହପୁରର 35 ବର୍ଷର ପୁରୁଷ, କନ୍ଧମାଳରେ 40 ବର୍ଷର ପୁରୁଷ, ଖୋର୍ଦ୍ଧାରେ 55 ବର୍ଷର ମହିଳା ଓ 73 ବର୍ଷର ପୁରୁଷ, ମୟୂରଭଞ୍ଜରେ 80 ବର୍ଷର ପୁରୁଷ, ପୁରୀର 85 ବର୍ଷର ପୁରୁଷ, ରାୟଗଡାରେ 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।
ତେବେ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 503ରେ ପହଁଚିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ