ETV Bharat / city

ରାଜଧାନୀର 11 ଆହାର କେନ୍ଦ୍ରକୁ ISO ମାନ୍ୟତା

author img

By

Published : Nov 20, 2019, 10:13 PM IST

ସୁବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ପରିଚାଳନା, ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଏବଂ ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ ପାଇଁ ବିଏମସି ଅଞ୍ଚଳର 11ଟି ଆହାର କେନ୍ଦ୍ରକୁ ISO ମାନ୍ୟତା । ଅଧିକ ପଢ଼ନ୍ତୁ...

ବିଏମସି ଅଞ୍ଚଳର 11ଟି ଆହାର କେନ୍ଦ୍ରକୁ ISO ମାନ୍ୟତା

ଭୁବନେଶ୍ବର: ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ (ISO) । ରାଜଧାନୀ ଭୁବନେଶ୍ବରରେ ଆହାର କେନ୍ଦ୍ର ଗୁଡିକୁ ମିଳିଲା ନୂଆ ପରିଚୟ। ଆଇଏସଓ, ISO 9001:2015 ମାନ୍ୟତା ପାଇଲା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର 11ଟି ଆହାର କେନ୍ଦ୍ର। ସୁବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ପରିଚାଳନା, ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଏବଂ ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ ନେଇ ମିଳିଛି ଏହି ମାନ୍ୟତା।

ବିଏମସି କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଭୁବନେଶ୍ବରରେ ବିଏମସି ପକ୍ଷରୁ ଦୈନିକ 11ଟି ଆହାର କେନ୍ଦ୍ରରେ 9000 ମିଲ୍ସ ପରଷା ଯାଉଛି। ଏହି ମାନ୍ୟତା ପ୍ରଥମ ଥର ପାଇଁ ପାଇଛି ବିଏମସି। ପ୍ରତ୍ୟକ କିସମର ଉତ୍ପାଦନ ନିମନ୍ତେ ମାନ ନିର୍ଦ୍ଧାରଣ କରିବାର ପ୍ରମାଣପତ୍ର ଦେଉଥିବା ଆଇଏସଓ ସଂସ୍ଥା ପକ୍ଷରୁ 19 ନଭେମ୍ବର ବୁଧବାର ଭୁବନେଶ୍ବର ଅଞ୍ଚଳରେ ଥିବା 11 ଗୋଟି ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା। ଏଭଳି ମାନ୍ୟତା ପ୍ରଦାନକରି ଏହି ସେବାର ମାନବୃଦ୍ଧି କରିଛନ୍ତି ଆଇଏସଓ।

ସୁବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ପରିଚାଳନା, ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଏବଂ ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ ନେଇ ଏହି ମାନ୍ୟତା ପ୍ରଦାନ କରାଯାଏ । ତେବେ ବିଏମସି ଆହାର କେନ୍ଦ୍ର ଗୁଡିକ ଉପରେ ଆବଶ୍ୟକୀୟ ତଥ୍ୟ ଆଇଏସଓକୁ ଦିଆଯାଇଥିଲା । ଆଉ ସମସ୍ତ ମାନଦଣ୍ଡ ପୂରଣ କରି ଆହାର କେନ୍ଦ୍ର ଗୁଡିକୁ ଏ ମାନ୍ୟତା ମିଳିଛି ବୋଲି ବିଏମସି ଡେପୁଟି କମିଶନର ସଙ୍ଘମିତ୍ରା ବେହେରା କହିଛନ୍ତି। ସାଧାରଣ ଲୋକେ ଏ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଆହାର କେନ୍ଦ୍ର ଗୁଡିକରେ ଭଲ ଖାଦ୍ୟ ମିଳୁଛି। ସଫା ସୁତୁରାକୁ ମଧ୍ୟ ଧ୍ୟାନ ଦିଆଯାଉଛି। ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ କରାଯାଉଛି।

ଏମ୍ସରେ ଥିବା ଦୁଇଟି ଆହାର କେନ୍ଦ୍ରରେ 1500ଟି ମିଲ, ସମ ହସ୍ପିଟାଲ କେନ୍ଦ୍ରରେ ଦିନରେ 500ଟି ମିଲ ଏବଂ ରାତିରେ 250ଟି ମିଲ, କଳିଙ୍ଗ ହସ୍ପିଟାଲ କେନ୍ଦ୍ରରେ ଦିନରେ 500 ଏବଂ ରାତ୍ରିରେ 250ଟି ମିଲ, ବରମୁଣ୍ଡା ଆହାର କେନ୍ଦ୍ରରେ 500ଟି ମିଲ, କ୍ୟାପିଟାଲ ହସ୍ପିଟାଲ ଦିନବେଳା 1000 ଏବଂ ରାତ୍ରିରେ 500 ମିଲ, ନୟାପାଲ୍ଲୀ ଦୁର୍ଗା ମଣ୍ଡପ ଆହାର କେନ୍ଦ୍ରରେ ଦିନବେଳେ 500ଟି ମିଲ, ମାଷ୍ଟର କ୍ୟାଣ୍ଟିଂ ମୋ ବସ ଡିପୋ ଆହାର କେନ୍ଦ୍ରରେ 1000ଟି ମିଲ, ଅଶୋକ ନଗର ଆହାର କେନ୍ଦ୍ରରେ ରାତିରେ 500ଟି, ରସୁଲଗଡ଼ ଆହାର କେନ୍ଦ୍ରରେ 1000ଟି ମିଲ ଏବଂ କଳ୍ପନା ଛକ ମ୍ୟୁଜିୟମ ସାମ୍ନା ଆହାର କେନ୍ଦ୍ରରେ 1000ଟି ମିଲ ପରିବେଷଣର ବ୍ୟବସ୍ଥା ରହିଛି।

ସମସ୍ତଙ୍କ ପାଇଁ ଖାଦ୍ୟକୁ ନିଶ୍ଚିତ କରାଇବାର ଲକ୍ଷ୍ୟକୁ ବାସ୍ତବ ରୂପାୟନ କରିଛି ଓଡିଶା ସରକାରଙ୍କ ଆହାର ଯୋଜନା। ଗରିବ ଶ୍ରେଣୀର ଜନସାଧାରଣଙ୍କ ପାଇଁ ପେଟ ପୁରା ଖାଦ୍ୟ ଯୋଗାଉଛି ଆହାର ଯୋଜନା। ତେବେ ଏହି ଜାତୀୟ ସ୍ବୀକୃତି 2019 ନଭେମ୍ବର ଠାରୁ 2022 ନଭେମ୍ବର, 3 ବର୍ଷ ପର୍ଯ୍ୟନ୍ତ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ଦିନରେ ଭୁବନେଶ୍ବରରେ କରାଯାଇଥିବା ଶୌଚାଳୟ ଗୁଡିକ ପାଇଁ ଆଇଏସଓ ମାନ୍ୟତାକୁ ହାସଲ କରିବା ବିଏମସିର ଯୋଜନା ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଆହାରକୁ ମିଳିଲା ନୂଆ ଦିଶା।ବିଏମସି ଅଞ୍ଚଳର ସମସ୍ତ ୧୧ ଗୋଟି ଆହାର କେନ୍ଦ୍ରକୁ ମିଳିଲା iso ପରିଚୟ।

Body:ଆହାର କେନ୍ଦ୍ରକୁ ଆଇଏସଓ (iso)।ରାଜଧାନୀ ଭୁବନେଶ୍ବରରେ ଆହାର କେନ୍ଦ୍ର ଗୁଡିକୁ ମିଳିଲା ନୂଆ ପରିଚୟ।ଆଇଏସଓ ,iso 9001:2015 ମାନ୍ୟତା ପାଇଲା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୧୧ଟି ଆହାର କେନ୍ଦ୍ର।ସୁବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ପରିଚାଳନା, ଖାଦ୍ୟର ଗୁଣାତ୍ମକ ମାନ,ସ୍ୱଚ୍ଛତା ଏବଂ ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ ନେଇ ମିଳିଛି ଏହି ମାନ୍ୟତା।ବିଏମସି କତ୍ତୃପକ୍ଷ ଙ୍କ ସୂଚନା ଅନୁସାରେ ଭୁବନେଶ୍ୱରରେ ବିଏମସି ପକ୍ଷରୁ ଦୈନିକ ୧୧ଟି ଆହାର କେନ୍ଦ୍ର ଗୁଡିକରେ ୯୦୦୦ ମିଲସ ପରିବେଷଣ ହେଉଛି। ଏହି ମାନ୍ୟତା ପ୍ରଥମଥର ପାଇଁ ପାଇଛି ବିଏମସି।

ପ୍ରତ୍ୟକ କିସମର ଉତ୍ପାଦନ ନିମନ୍ତେ ମାନଙ୍କ ନିର୍ଦ୍ଧାରଣ କରିବାର ପ୍ରମାଣପତ୍ର ଦେଉଥିବା ଆଇଏସଓ ସଂସ୍ଥା ପକ୍ଷରୁ ୧୯ ନଭେମ୍ବର ବୁଧବାର ଭୁବନେଶ୍ୱର ଅଂଚଳରେ ଥିବା ୧୧ ଗୋଟି ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା।ଏଭଳି ମାନ୍ୟତା ପ୍ରଦାନକରି ଏହି ସେବାର ମାନବୃଦ୍ଧି କରିଛନ୍ତି ଆଇଏସଓ।

୧୧ଗୋଟି ଆହାର କେନ୍ଦ୍ର ଗୁଡିକୁ ଆଇଏସଓ ମାନ୍ୟତା ମିଳିବ ଏକ ଉତ୍ସାହଜନକ ପଦକ୍ଷେପ।ଦୈନିକ ପ୍ରାୟ ୯୦୦୦ ଅତ୍ୟନ୍ତ ଗୁଣାତ୍ମକ ମିଲସ ଯୋଗାଇଦିଆଯାଉଛି।ବିଶେଷକରି ଏ ମାନ୍ୟତା ଆହରକେନ୍ଦ୍ର ଗୁଡିକରେ ଶୃଙ୍ଖଳିତ ଖାଦ୍ୟ ପରିବେଷଣ,ସ୍ୱଚ୍ଛତା ,ଏବଂ ସୁବ୍ୟବସ୍ତିତ ଢଙ୍ଗରେ କରାଯାଉଥିବାରୁ ଏଭଳି ସ୍ୱୀକୃତି ମିଳିଛି।ଆବଶ୍ୟକୀୟ ତଥ୍ୟ ଆଇଏସଓ କୁ ଦିଆଯାଇଥିଲା ।ଆଜି ତାହା ବାସ୍ତବ ରୂପ ନେଇଛି ଆଉ ସମସ୍ତ ଆହାର କେନ୍ଦ୍ର ଗୁଡିକୁ ଏ ମାନ୍ୟତା ମିଳିଛି ବୋଲି ବିଏମସି ଡେପୁଟି କମିଶନର ସଂଘମିତ୍ରା ବେହେରା କହିଛନ୍ତି।

ସାଧାରଣ ଲୋକେ ଏ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।ଆହରକେନ୍ଦ୍ର ଗୁଡିକରେ ଭଲ ଖାଦ୍ୟ ମିଳୁଛି।ସଫା ସୁତୁରା କୁ ମଧ୍ୟ ଧ୍ୟାନ ଦିଆଯାଉଛି।ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ କରାଯାଉଛି।

ଏମ୍ସରେ ଦୁଇଟି ଆହାର କେନ୍ଦ୍ରରେ ୧୫୦୦ ମିଲସ,ସମ ହସ୍ପିଟାଲ କେନ୍ଦ୍ରରେ ଦିନରେ ୫୦୦ ମିଲସ ଏବଂ ରାତ୍ରିରେ ୨୫୦ ମିଲସ, କଳିଙ୍ଗ ହସ୍ପିଟାଲ କେନ୍ଦ୍ରରେ ଦିନରେ ୫୦୦ ଏବଂ ରାତ୍ରିରେ ୨୫୦ ମିଲସ, ବରମୁଣ୍ଡା ଆହାର କେନ୍ଦ୍ରରେ ୫୦୦ ମିଲସ,କ୍ୟାପିଟାଲ ହସ୍ପିଟାଲ ଦିନବେଳା ୧୦୦୦ ଏବଂ ରାତ୍ରିରେ ୫୦୦ ମିଲସ,ନାୟପାଲି ଦୁର୍ଗା ମଣ୍ଡପ ଆହାର କେନ୍ଦ୍ରରେ ଦିନବେଳେ ୫୦୦ ମିଲସ,ମାଷ୍ଟର କ୍ୟାଣ୍ଟିଂ ମୋ ବସ ଡିପୋ ଆହାର କେନ୍ଦ୍ରରେ ୧୦୦୦ ମିଲସ,ଅଶୋକ ନଗର ଆହାର କେନ୍ଦ୍ର ରେ ରାତ୍ରିରେ ୫୦୦,ରସୁଲଗଡ଼ ଆହାର କେନ୍ଦ୍ରରେ ୧୦୦୦ ମିଲସ ଏବଂ କଳ୍ପନା ଛକ ମ୍ୟୁଜିୟମ ସାମ୍ନା ଆହାର କେନ୍ଦ୍ରରେ ୧୦୦୦ ମିଲସ ପରିବେଷଣର ବ୍ୟବସ୍ଥା ରହିଛି।

ସମସ୍ତଙ୍କ ପାଇଁ ଖାଦ୍ୟକୁ ନିଶ୍ଚିତ କରାଇବାର ଲକ୍ଷକୁ ବାସ୍ତବ ରୂପାୟନ କରିଥିବା ଓଡିଶା ସରକାରଙ୍କ ଆହାର ଯୋଜନା।ଗରିବ ଶ୍ରେଣୀର ଜନସାଧାରଣ ଙ୍କ ପାଇଁ ଯୋଗାଇ ଦିଆଯାଉଥିବା ପେଟ ପୁରା ଖାଦ୍ୟ ଯୋଗାଉଛି ଆହାର ଯୋଜନା।ତେବେ ଏହି ଜାତୀୟ ସ୍ୱୀକୃତି ୨୦୧୯ ନଭେମ୍ବର ଠାରୁ ୨୦୨୨ ନଭେମ୍ବର ,ଦୀର୍ଘ ୩ ବର୍ଷ ପର୍ଯ୍ୟନ୍ତ ରହିଛି।ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ଦିନରେ ଭୁବନେଶ୍ୱର ରେ କରାଯାଇଥିବା ଶୌଚାଳୟ ଗୁଡିକ ପାଇଁ ଆଇଏସଓ ମାନ୍ୟତାକୁ ହାସଲ କରିବା ବିଏମସିର ଯୋଜନା ରହିଥିବା ଜଣାପଡିଛି।

byt 1-sanghamitra behera ,deputy commissioner bmc

byt2,3-citizen in ahaar center।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.