ETV Bharat / city

ହରଡ଼ଘଣାରେ ଛାତ୍ରଛାତ୍ରୀ, ପିଲାଙ୍କ ସହିତ ଖେଳୁଛି CHSE !

author img

By

Published : Mar 3, 2022, 7:48 PM IST

ଶିକ୍ଷାବର୍ଷ ଗଡୁଥିବାରୁ ବାର୍ଷିକ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଏବେ ଚିନ୍ତା ବଢିଛି । ପରୀକ୍ଷା ତାରିଖକୁ ନେଇ ଦ୍ଵନ୍ଦରେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ହରଡ଼ଘଣାରେ ଛାତ୍ରଛାତ୍ରୀ, ପିଲାଙ୍କ ସହିତ ଖେଳୁଛି

ଭୁବନେଶ୍ବର : ହରଡ଼ଘଣାରେ ଶିକ୍ଷା ବ୍ୟବସ୍ଥା। ଶିକ୍ଷାବର୍ଷ ଗଡୁ ଥିବାରୁ ବାର୍ଷିକ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଏବେ ଚିନ୍ତା ବଢିଛି । ପରୀକ୍ଷା ତାରିଖକୁ ନେଇ ଦ୍ଵନ୍ଦରେ ଛାତ୍ରଛାତ୍ରୀ ।

ଦୀର୍ଘ ଦିନ ପରେ ଅଫଲାଇନ ପାଠପଢା ଆରମ୍ଭ ହେବା ପରେ କୋରୋନା ସଂକ୍ରମଣ ଭୟରେ ତରବରିଆ ଭାବରେ ଉଭୟ ସିଲାବସ ଓ ବିକଳ୍ପ ପରୀକ୍ଷା ଶେଷ କରିବାକୁ ଲାଗିଛି ବିଭାଗ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ଷ ତମାମ ଅନଲାଇନ ମାଧ୍ୟମରେ ପାଠ ପଢ଼ା ଯାଇଥିଲା। ସେପଟେ ପୂର୍ବବର୍ଷ ଭଳି 70 ପ୍ରତିଶତ ସିଲାବସରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଏହାକୁ ନେଇ ଦ୍ଵନ୍ଦରେ ରହିଛନ୍ତି ଛାତ୍ରଛାତ୍ରୀ। ଏପଟେ ତାରିଖ ଘୋଷଣା ହେଉଛି ନା କେଉଁ ଆଧାରରେ ପରୀକ୍ଷା କରାଯିବ ସେନେଇ ସଫେଇ ଦିଆଯାଇନାହିଁ। ଦଶମ ଓ ଦ୍ଵାଦଶ ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

ଏହାବି ପଢନ୍ତୁ : GST ଠକେଇ ଅଭିଯୋଗ, ୧୪ ଜିଲ୍ଲାରେ ଚଢାଉ

ଏନେଇ ସିଏଚଏସସି ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଏପ୍ରିଲରେ ଯୁକ୍ତ ଦୁଇ ପରୀକ୍ଷା। ତା’ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଚଳିତ ମାସ ଶେଷ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ପରିଷଦ ଯୋଜନା ରଖିଥିବାବେଳେ ପରୀକ୍ଷାର ମାର୍କିଂ ପଦ୍ଧତିରେ ପରିବର୍ତ୍ତନ କରିବାକୁ ଏକ ପ୍ରସ୍ତାବ ଆସିଛି ।

ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାର ମାର୍କ ସହ ଶେଷ ତ୍ରୈମାସିକ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ କରିବା ଉପରେ ବିଚାର ବିମର୍ଷ ଜାରି ରହିଛି । ଏହାଉପରେ ବ୍ୟାପକ ଆଲୋଚନା କରାଯାଉଛି । ଶିକ୍ଷାବିତ୍, ପରିଷଦ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ ହୋଇଛି । ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.