ETV Bharat / city

#VaccineCentury: ତ୍ରିରଙ୍ଗା ଆଲୋକରେ ଉଦ୍ଭାସିତ ହେଲା 100 ଐତିହ୍ୟ

author img

By

Published : Oct 21, 2021, 8:14 PM IST

Updated : Oct 21, 2021, 10:33 PM IST

ଟୀକାକରଣରେ ମାଇଲଷ୍ଟୋନ ଛିଡା କରିଛି ଭାରତ । ଦେଶରେ ୧୦୦ କୋଟି ଡୋଜ୍ ଛୁଇଁଛି ଟୀକାକରଣ । ଚାରିଆଡେ ଉତ୍ସବର ମାହୋଲ । ଏହି ଅବସରରେ ଝଲସୁଛି ଦେଶର ତମାମ ବିଶ୍ବ ଐତିହ୍ୟ । ଅଧିକ ପଢନ୍ତୁ...

ଶହେ କୋଟି ଟପିଲା ଟୀକାକରଣ, ତ୍ରିରଙ୍ଗା ଆଲୋତକରେ ଝଲସିଲା 100 ଐତିହ୍ୟ

ଭୁବନେଶ୍ବର: ମହାମାରୀ କୋରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଭାରତକୁ ବଡ ଉପଲବ୍ଧି । ଟୀକାକରଣରେ ଇତିହାସ ରଚି ମାଇଲଷ୍ଟୋନ ଛିଡା କରିଛି ଭାରତ । ଦେଶରେ ୧୦୦ କୋଟି ଡୋଜ୍ ଛୁଇଁଛି ଟୀକାକରଣ । ଚାରିଆଡେ ଉତ୍ସବର ମାହୋଲ । ଏହି ଅବସରରେ ଝଲସୁଛି ଦେଶର ତମାମ ବିଶ୍ବ ଐତିହ୍ୟ ।

#VaccineCentury: ତ୍ରିରଙ୍ଗା ଆଲୋକରେ ଉଦ୍ଭାସିତ ହେଲା 100 ଐତିହ୍ୟ

ଟୀକାକରଣର ଏହି ଉପଲବ୍ଧିକୁ ନେଇ ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର, ଲାଲକିଲ୍ଲା, ଚାରମୀନାର ସମେତ 100 ଐତିହ୍ୟ ତ୍ରିରଙ୍ଗା ଆଲୋକରେ ଉଦ୍ଭାସିତ ହୋଇ ଚମକୁଛି । ଭାରତର ଏହି ବିରଳ ରେକର୍ଡ ସହ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ଏହି ସଫଳତାକୁ ପାଳନ କରିବାକୁ ସମଗ୍ର ଦେଶରେ ଆୟୋଜିତ ହେବ ସ୍ବତନ୍ତ୍ର ଉତ୍ସବ ।

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ସ୍ଥିତ ଚାରମୀନାର ତ୍ରିରଙ୍ଗା ଆଲୋକରେ ଆଲୋକିତ ହୋଇଛି । ସେହିପରି ଗୋଲକୋଣ୍ଡା ଦୁର୍ଗ, ୱାରେଙ୍ଗଲର ରାମପ୍ପା ମନ୍ଦିର ମଧ୍ୟ ବେଶ ଆକର୍ଷଣୀୟ ଦେଖାଯାଉଛି ।

15 ଏବଂ 16 ଶତାବ୍ଦୀରେ ବିଶ୍ବ ଐତିହ୍ୟ ସ୍ଥଳ ହାମ୍ପିରେ ସ୍ମାରକୀ ଆଲୋକିତ ହୋଇଛି । 100 କୋଟି ଟୀକାକରଣ ଉପଲବ୍ଧିକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଉତ୍ତର କର୍ଣ୍ଣାଟକର ବିଜୟପୁରରେ ଐତିହ୍ୟ ସ୍ମାରକୀ ଗୋଲ ଗୁମ୍ବଜକୁ ଆଲୋକିତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 21, 2021, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.