ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ଲଗାଣ ବର୍ଷା। ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଗୁରୁବାର ପର୍ଯ୍ୟନ୍ତ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ଅନୁଯାୟୀ ଜୁନ 1ରୁ 27 ଅଗଷ୍ଟ 2020 ମଧ୍ୟରେ ଓଡ଼ିଶାରେ 967.5 ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା 881.9 ମିମିଠାରୁ 10 ପ୍ରତିଶତ ଅଧିକ ବୋଲି ରେକର୍ଡ କରାଯାଇଛି ।
![rain in odisja, rain update, bhubaneswar latest news, wether news, ରାଜ୍ୟରେ ବର୍ଷା, ବର୍ଷା ଅପଡେଟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, ପାଣିପାଗ ଖବର](https://etvbharatimages.akamaized.net/etvbharat/prod-images/8575585_231_8575585_1598516187150.png)
ସେପଟେ ଜୁନ 1ରୁ 27 ଅଗଷ୍ଟ 2020 ମଧ୍ୟରେ ରାଜ୍ୟର 20ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଜୁନ 1ରୁ 27 ଅଗଷ୍ଟ 2020 ମଧ୍ୟରେ ରାଜ୍ୟର 10ଟି ଜିଲ୍ଲା ଯଥା ମାଲକାନଗିରି (54 ପ୍ରତିଶତ), ଦେବଗଡ଼(33 ପ୍ରତିଶତ), ଝାରସୁଗୁଡା(32 ପ୍ରତିଶତ), ଅନୁଗୋଳ(28 ପ୍ରତିଶତ), ଢେଙ୍କାନାଳ(27 ପ୍ରତିଶତ), ବୌଦ୍ଧ(26ପ୍ରତିଶତ), କେନ୍ଦ୍ରାପଡା (26 ପ୍ରତିଶତ), ଭଦ୍ରକ (25 ପ୍ରତିଶତ), ସୁନ୍ଦରଗଡ(22 ପ୍ରତିଶତ) ଏବଂ ଜଗତସିଂହପୁର(20 ପ୍ରତିଶତ)ରେ ସ୍ବାଭାବିକ ବର୍ଷାଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।
ସେହିପରି ଜୁନ 1ରୁ 27 ଅଗଷ୍ଟ 2020 ମଧ୍ୟରେ ଗଞ୍ଜାମରେ ସର୍ବନିମ୍ନ 601.1 ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ 1ରୁ 27 ଅଗଷ୍ଟ 2020 ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ 1479.2 ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା 962.8 ମିମିଠାରୁ 54 ପ୍ରତିଶତ ଅଧିକ ଥିବା ଜଣା ପଡିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ