ଭୁବନେଶ୍ବର: ରାଜ୍ୟରେ ଆଉ 10 ଆକ୍ରାନ୍ତ ଚିହ୍ନଟ । ସମୁଦାୟ ସଂଖ୍ୟା 219କୁ ବୃଦ୍ଧି । 10 ଜଣଙ୍କ ମଧ୍ୟରେ 7 ଜଣ ଗଞ୍ଜାମର ହୋଇଥିବାବେଳେ 3 ଜଣ ଭୁବନେଶ୍ବରର ହୋଇଥିବା ସୂଚନା ।
ଗଞ୍ଜାମର 7 ଜଣଙ୍କ ମଧ୍ୟରୁ ସମସ୍ତେ ସୁରଟର ହୋଇଥିବାବେଳେ ସମସ୍ତେ ପୁରୁଷ । ସେପଟେ ଭୁବନେଶ୍ବରର 3 ଜଣଙ୍କ ମଧ୍ୟରୁ ମଞ୍ଚେଶ୍ବରର ଜଣେ 36 ବର୍ଷୀୟ ପୁରୁଷ, ଭିଏସଏସ ନଗରର ଜଣେ 34 ବର୍ଷୀୟ ପୁରୁଷ ଓ ସୂର୍ଯ୍ୟନଗରର ଜଣେ 67 ବର୍ଷୀୟ ପୁରୁଷ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ରାଜ୍ୟରେ 219ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 155ଟି ମାମଲା ସକ୍ରିୟ ରହିଛି । 62 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ