ETV Bharat / city

ଆଜି ପୁଣି 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 353କୁ ବୃଦ୍ଧି

author img

By

Published : Aug 17, 2020, 12:20 PM IST

ରାଜ୍ୟରେ ମୃତ୍ୟୁ ହାରରେ ଲାଗୁନି ବ୍ରେକ । ଆଜି ପୁଣି 10 ମୁଣ୍ଡ ନେଲା କୋରୋନା । ଖୋର୍ଦ୍ଧାରୁ ସବୁଠାରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା 353 ରେ ପହଞ୍ଚିଛି ।

ଆଜି ପୁଣି 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 353କୁ ବୃଦ୍ଧି
ଆଜି ପୁଣି 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 353କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ମୃତ୍ୟୁ ହାରରେ ଲାଗୁନି ବ୍ରେକ । ଆଜି ପୁଣି 10 ମୁଣ୍ଡ ନେଲା କୋରୋନା । ଖୋର୍ଦ୍ଧାରୁ ସବୁଠାରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା 353 ରେ ପହଞ୍ଚିଛି ।

ବରଗଡର 42 ବର୍ଷୀୟ ପୁରୁଷ, ଭୁବନେଶ୍ୱରର 68 ଓ 65 ବର୍ଷର ପୁରୁଷ, କଟକର 60 ବର୍ଷର ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଗଞ୍ଜାମର 85 ବର୍ଷୀୟ ପୁରୁଷ, ଖୋର୍ଦ୍ଧାର 50 ବର୍ଷୀୟ ମହିଳା, 70 ବର୍ଷୀୟ ପୁରୁଷ, ପୁରୀର 60 ବର୍ଷୀୟ ମହିଳା, ରାୟଗଡାର 39 ବର୍ଷୀୟ ପୁରୁଷ, ସୁନ୍ଦରଗଡର 52 ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଆକ୍ଟିଭ ମାମଲା 19,612 ରହିଛି । ସେହିପରି ମୋଟ ପଜିଟିଭ 62,294 ରହିଥିବା ବେଳେ ମୋଟ 9,58,929 ଟେଷ୍ଟିଂ ହୋଇଛି ।

@H&FW

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.