ଭୁବନେଶ୍ବର: ମହାମାରୀ କୋରୋନା ସମୟରେ ରାସ୍ତାରେ ବୁଲୁଥିବା ପଶୁମାନେ ଖାଇଦେଇଛନ୍ତି 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଖାଦ୍ୟ । ଏହାର ହିସାବ ଦେଇଛି ବିଏମସି । ଏପ୍ରିଲ ପହିଲାରୁ ବୁଲା କୁକୁର, ଷଣ୍ଢ ଏବଂ ଗାଈମାନଙ୍କୁ ଖାଇବାକୁ ଦେବାକୁ ବିଏମସି ପକ୍ଷରୁ ଯୋଜନା କରାଯାଇଥିଲା ।
ବୁଲା ପଶୁଙ୍କୁ ଖାଦ୍ୟ ଦେବା କାର୍ଯ୍ୟକ୍ରମ 53 ଦିନ ଧିର ଚାଲୁ ରହିଥିଲା । ମୋଟ 10 ଲକ୍ଷ 60 ହଜାର ଟଙ୍କା ଏ ବାବଦକୁ ଖର୍ଚ୍ଚ ହୋଇଥିବା ତଥ୍ୟ ଦିଆଯାଇଛି । ଏଥିରୁ 7 ଲକ୍ଷ 40 ହଜାର ଟଙ୍କା ନଗର ଉନ୍ନୟନ ବିଭାଗ ଦେଇଥିବା ବେଳେ ବାକି ଅର୍ଥ ବିଏମସି ପାଣ୍ଠିରୁ ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଜରିଆରେ ତଥ୍ୟ ରଖିଛି ବିଏମସି ।
![53 ଦିନରେ ଚଳୁ କରିନେଲେ 10 ଲକ୍ଷ !](https://etvbharatimages.akamaized.net/etvbharat/prod-images/od-bbs-1-bmccowfeeding-pkg-7205239_19072020095052_1907f_1595132452_1081.jpg)
ବୁଲା କୁକୁର, ଷଣ୍ଢ ଏବଂ ଗାଈମାନଙ୍କ ପାଇଁ ପ୍ରତିଦିନ ୨୦ ହଜାର ଟଙ୍କା ମୂଲ୍ୟର ଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରତିଦିନ କୁଆଡେ ବୁଲା କୁକୁରଙ୍କ ପାଇଁ ୧୨ ହଜାର ଏବଂ ଗୋ ସମ୍ପଦ ପାଇଁ ପାଖାପାଖି ୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହା ପଛରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ