ଭୁବନେଶ୍ୱର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୧୦ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
ସୂଚନା ଅନୁସାରେ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ , ପରେ ସମସ୍ତଙ୍କ ସ୍ବାବ୍ ଟେଷ୍ଟ ହୋଇଥିଲା । ରିପୋର୍ଟ ଆସିବା ପରେ ଆଉ ୧୦ ଜଣ କର୍ମଚାରୀ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।
ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ଏନେଇ ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ