ETV Bharat / city

୧୦ କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦେଲେଣି କେନ୍ଦ୍ର ସରକାର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଜଳ ଜୀବନ ମିଶନ ( Jal Jeevan Mission) ଅନ୍ତର୍ଗତ ୧୦ କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 20, 2022, 9:09 PM IST

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ ( Jal Jeevan Mission) ଅନ୍ତର୍ଗତ ୧୦ କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର ।

ବର୍ଷ ୨୦୧୯ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଏହି ଜଳଜୀବନ ମିଶନ ଯୋଜନା ( Prime Minister Narendra Modi launched Jal Jeevan Mission) ଘୋଷଣା କରିଥିଲେ । ସେତେବେଳେ ଦେଶର ଗ୍ରାମାଞ୍ଚଳରେ ମାତ୍ର ୩. ୨୩ କୋଟି ଅର୍ଥାତ (୧୬.୯୦%) ପରିବାରକୁ ଟ୍ୟାପ ଯୋଗେ ବିଶୁଦ୍ଧ ଜଳ ମିଳୁଥିଲା । ଯୋଜନା ଆରମ୍ଭର ତିନିବର୍ଷ ମଧ୍ୟରେ ୨୦୨୨ ଅଗଷ୍ଟ ୧୯ ସୁଦ୍ଧା ଦେଶର ୧୦ କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ନିରାପଦ ଓ ସ୍ୱଚ୍ଛ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର ।

ଏହାବି ପଢନ୍ତୁ- ଅବକାରୀ ଦୁର୍ନୀତି ମାମଲାରେ ପୁଣି ୫ ଜଣଙ୍କୁ ସମନ, ଗିରଫ ଆଶଙ୍କା କଲେ ସିସୋଦିଆ

ଗତକାଲି ସୁଦ୍ଧା ଗୋଆ, ତେଲଙ୍ଗାନା ଓ ହରିୟାଣା ସମେତ କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀ, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ ଓ ଆଣ୍ଡାମାନ ନିକୋବର କେନ୍ଦ୍ରଶାସିତ ଅଞ୍ଚଳରେ ଶତ ପ୍ରତିଶତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ପଞ୍ଜାବରେ ୯୯.୯୩%, ଗୁଜରାଟରେ ୯୭.୦୩%, ବିହାରରେ ୯୫. ୫୧%, ହିମାଚଳ ପ୍ରଦେଶରେ ୯୪.୮୮% ରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି ସରକାର ।

ଜଳଜୀବନ ମିଶନର ଲକ୍ଷ୍ୟ ହେଲା ଦେଶର ସବୁ ଗ୍ରାମୀଣ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ନିରାପଦ ପାନୀୟ ଜଳ ଦୈନିକ ପାଇପ ଯୋଗେ ଯୋଗାଇ ଦେବା । ଏହା ଏକ ଦୀର୍ଘ ମିଆଦି ଯୋଜନା । ସବୁ ଗ୍ରାମାଞ୍ଚଳ ଲୋକେ ଯେପରି ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳ ନିୟମିତଭାବେ ପାଇବେ ତାହାକୁ ନିଶ୍ଚିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି । କରୋନା ମହାମାରୀ ସମେତ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଓ ଅସୁବିଧା ସତ୍ତ୍ୱେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି କାମ ନିରନ୍ତର ଚାଲିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.