ETV Bharat / city

ଘାଟିକିଆ ସନ୍ଦୀପ ହତ୍ୟାକାଣ୍ଡ: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ - ସନ୍ଦିପ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଘାଟିକିଆ ସନ୍ଦୀପ ନନ୍ଦ ହତ୍ୟାକାଣ୍ଡ ମାମଲା । ୭ ବର୍ଷ ପରେ ଘଟଣାର ତଦନ୍ତ କରି ରାୟ ଶୁଣାଇଲେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଶୋକ ବାଉତ ସହ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଶୁଣାଯାଇଛି ।

ଭୁବନେଶ୍ବର ADJ କୋର୍ଟ
author img

By

Published : Oct 31, 2019, 7:05 PM IST

ଭୁବନେଶ୍ବର: ୨୦୧୨ ସନ୍ଦୀପ ନନ୍ଦ ହତ୍ୟାକାଣ୍ଡର ଗୁରୁତ୍ବପୁର୍ଣ୍ଣ ରାୟ । ୧୦ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର ଏଡିଜେ(୪)‌ ।

ଭୁବନେଶ୍ବର ADJ କୋର୍ଟ

୨୦୧୨ ମସିହାର ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସନ୍ଦୀପ ନନ୍ଦ ଓରଫ ବାପିକୁ ଗୋଡେଇ ଗୋଡେଇ ମାରିଥିଲେ 10 ଜଣ ନୃଶସ । ଖଣ୍ଡଗିରି ଥାନା ଘାଟିକିଆ ଦୁର୍ଗା ମଣ୍ଡପ ନିକଟରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ସେଦିନ ସନ୍ଦୀପ କଳିଙ୍ଗ ନଗର ଛକରୁ ଫେରୁଥିଲେ । ଏହି ସମୟରେ ତାଙ୍କୁ 10 ଜଣ ଗୋଡାଇ ଥିବାବେଳେ ସନ୍ଦୀପଙ୍କ ଗାଡିର ଚେନ ଛିଣ୍ଡିଯିବାରୁ ସେ ତଳେ ପଡିଯାଇଥିଲେ । ଏତିକିବେଳେ ମୁଖ୍ୟ ଅଭିଯୁକ୍ତ ଅଶୋକ ବାଉତ ଓ ତାର ସହଯୋଗୀ ମିଶି ଠେଙ୍ଗାରେ ପିଟିପିଟି ସନ୍ଦୀପଙ୍କୁ ହତ୍ୟା କରିଥିଲେ । ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ରାସ୍ତାରେ ସେ ପ୍ରାଣ ହରାଇଥିଲେ ।

ଏହି ଘଟଣାକୁ ଲକ୍ଷ୍ମୀସାଗର ଥାନା ଆଇଆଇସି ତଥା ତତ୍କାଳୀନ ଏସଆଇ ଦୟା ନାୟକ ତଦନ୍ତ କରି ୧୦ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଇଥିଲେ । ପରେ ୧୦ ଜଣଙ୍କ ନାଁରେ ୧୮ ଜଣ ସାକ୍ଷୀ ସହ ଚାର୍ଜସିଟ ଦାଖଲ କରାଇଥିଲେ । ହତ୍ୟାରେ ବ୍ୟବହୃତ ଠେଙ୍ଗା ସହ କାଠ ଜବତ ହୋଇ ପ୍ରମାଣ ଭାବେ କୋର୍ଟରେ ଦାଖଲ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଘାଟିକିଆ ସନ୍ଦିପ ହତ୍ଯାକାଣ୍ଡ,
୧୦ଜଣଙ୍କୁ ଆଜିବନ କାରାଦଣ୍ଡBody:

୨୦୧୨ ସନ୍ଦିପ ନନ୍ଦ ହତ୍ଯାକାଣ୍ଡ ର ଗୁରୁତ୍ବପୁର୍ଣ ରାୟ।୧୦ ଜଣ ଦୋଷିଙ୍କୁ ଆଜିବନ କାରାଦଣ୍ଡ ସଜା।ରାୟ ଶୁଣାଇଲେ ଭୁବନେଶ୍ବର ଏଡିଜେ ୪ ।ତେବେ ୨୦୧୨ ମସିହାରେ ପୁର୍ବଶତୃତାକୁ ନେଇ ହୋଇଥିଲା ହତ୍ଯାକାଣ୍ଡ।ଖଣ୍ଡଗିରି ଥାନା ଘାଟିକିଆ ଦୁର୍ଗାମଣ୍ଡପ ନିକଟରେ ଘଟିଥିଲା ଘଟଣା। ମୃତକ ସନ୍ଦିପ ନନ୍ଦ ଓରଫ ବାପିକୁ ଗୋଡେଇ ଗୋଡେଇ ପିଟିବା ସହ ହତ୍ଯା କରିଥିଲେ ୧୦ଜଣ ଅଭିଯୁକ୍ତ।କଳିଙ୍ଗ ନଗର ଛକରୁ ଫେରୁଥିବା ବେଳେ ତାକୁ ଗୋଡାଇଥିଲେ ପରେ ତାର ଗାଡିର ଚେନ ଛିଣ୍ଡିଯିବାରୁ ତଳେ ପଡିଯାଇଥିବା ବେଳେ ମୁଖ୍ଯ ଅଭିଯୁକ୍ତ ଅଶୋକ ବାଉତ ଓ ତାର ୧୦ଜଣ ସହଯୋଗି ମିଶି ଠେଙ୍ଗାରେ ପିଟି ପିଟି ହତ୍ଯା କରିଥିଲେ ପରେ ଏକ ଘରୋଇ ଡାକ୍ତର ଖାନାକୁ ସ୍ଥାନାନ୍ତର ବେଳେ ମୃତ୍ଯହୋଇଥିଲା। ଏହି ଘଟଣାରେ ବର୍ତମାନର ଲକ୍ଷ୍ମିସାଗର ଥାନା ଆଇଆଇସି ତଥା ତତ୍କାଳିନ ଏସଆଇ ଦୟା ନାୟକଙ୍କ ତଦନ୍ତ କରି ୧୦ଜଣ ଅଭିଯୁକ୍ତଂକୁ ଗିରଫ କରି କୋର୍ଟ ଚାଲାଣ କରାଇଥିଲେ। ପରେ ୧୦ ଜଣଙ୍କ ନାରେ ୧୮ ଜଣ ସାକ୍ଷି ସହ ଚାର୍ଜସିଟ ଦାଖଲ କରିଥିଲେ । ହତ୍ଯାରେ ବ୍ଯବହୃତ ଠେଙ୍ଗା ସହ କାଠ ଜବତ ହୋଇ ପ୍ରମାଣ କୋର୍ଟରେ ଦାଖଲ ହୋଇଥିଲା।ତେବେ ୭ ବର୍ଷ ପରେ ଘଟଣାର ରାୟ ପ୍ରକାଶ କରି ମୁଖ୍ଯ ଅଭିଯୁକ୍ତ ଅଶୋକ ବାଉତ ସହ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଆଜିବନ କାରଦଣ୍ଡ ସଜା ଶୁଣାଇଛନ୍ତି ମାନ୍ଯବର ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.