ଭୁବନେଶ୍ବର: କାଠ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ । ଉପରେ କାଠ ବୋଝେଇ ହୋଇଥିବାବେଳେ ଭିତରେ ଗଞ୍ଜେଇ ବୋଝେଇ ହୋଇଛି । ଏମିତି ଢଙ୍ଗରେ ଗଞ୍ଜେଇ ଚାଲାଣ ବେଳେ ଫର୍ଦ୍ଦାଫାସ କରିଛି ଡିଆରଆଇ । ନୟାଗଡ ଦଶପଲ୍ଲାର ତୁମୁଡିପଞ୍ଚାୟତର ରଙ୍ଗମାଟିଆ ଗାଁ ନିକଟ ୫୭ ନମ୍ବର ଜାତୀୟ ରାଜପଥରୁ ଗଞ୍ଜେଇ ବୋଝେଇ ଟ୍ରକ ଜବତ ହୋଇଥିବା ଜଣାପଡିଛି ।
ତେବେ ମୋଟ ୧୨୦୬ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ୟ ୧.୮୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ରାୟଗଡାରୁ ଟ୍ରକରେ କାଠ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣର ହେଉଥିବାର ସୁରାକ ପାଇଥିଲା ଡିଆରଆଇ। ପରେ ଯାଞ୍ଚ ବେଳେ କାଠ ବୋଝେଇ ଗାଡି ସହ ଗଞ୍ଜେଇ ଜବତ ହୋଇଥିଲା । ୧୧୪୩୨ କେଜିର କାଠ ଜବତ କରାଯାଇଥିବାବେଳେ ତାହାର ଆନୁମାନିକ ମୂଲ୍ୟ ୫୧୪୪୮ ଟଙ୍କା ।
ଏଥି ସହ ଏନଡିପିଏସ ଆକ୍ଟରେ ତଦନ୍ତ ଚଳାଇଛି । ତେବେ ଏସବୁ ଗଞ୍ଜେଇ କଟକ ଆସୁଥିବାବେଳେ କଟକର କେଉଁ ବେପାରୀ ଏହାର ସପ୍ଲାୟ କରୁଥିଲା ତାର ଯାଞ୍ଚ ଆରମ୍ଭ କରିଛି ଡିଆରଆଇ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ