ଭଦ୍ରକ: ତିହିଡି ଥାନାର ମଙ୍ଗଳପୁର ପଞ୍ଚାୟତ କନାଟିଆ ଗାଁରେ ଏକ ବିବାଦୀୟ ଜମିରେ ଗୃହ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏଥିରେ ଉଭୟ ପକ୍ଷରୁ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।
ଗୁରୁତର ଆହତଙ୍କୁ ତିହିଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ପୋଲିସ ସର୍ଜମିନ ତଦନ୍ତ କରିବା ସହ ଉଭୟ ପକ୍ଷଙ୍କ ଏତଲାକ୍ରମେ ଦୁଇଟି ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିନଥିବା ଜଣାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ