ଭଦ୍ରକ: 18 ରୁ 44 ବର୍ଷ ବୟସ୍କଙ୍କ ଆରମ୍ଭ ହେବ କୋଭିଡ ଟୀକାକରଣ । ଏନେଇ ଆଜି ସନ୍ଧ୍ୟା 5 ଟାରୁ ସ୍ଲଟ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ ପୂର୍ବରୁ କୋୱିନ ବା ଆରୋଗ୍ୟ ସେତୁ ଆପରେ ରେଜିଷ୍ଟ୍ରେସନ କରିଥିବା ଲୋକେ ଏହି ସ୍ଲଟ ବୁକିଂ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ବୋଲି ଜଣାପଡିଛି ।
ଯେଉଁମାନେ ପ୍ରଥମେ ଏହି ସ୍ଲଟ ବୁକିଂ କରିବେ ସେମାନଙ୍କୁ ପ୍ରଥମେ ଟୀକାକରଣ କରାଯିବ ବୋଲି ସୂଚନା ମିଳିଛି । ତେବେ ଭଦ୍ରକ ଜିଲ୍ଲା ପୌରାଞ୍ଚଳ ଅଧିନ ଆଖାପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଟୀକାକରଣ କେନ୍ଦ୍ରର ବ୍ଯବସ୍ଥା କରାଥିବା ନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ