ETV Bharat / city

କୋଭିଡ କଟକଣାରେ ଫିକା ପ୍ରସିଦ୍ଧ ବୁଢା-ଟୋକା ଓ ପିଲା ଗଣେଶ ପୂଜା

author img

By

Published : Sep 10, 2021, 6:46 PM IST

କାହିଁ କେଉଁ କାଳରୁ ନିରାଡମ୍ବର ଭାବେ ପୂଜା ପାଇ ଆସୁଛନ୍ତି ବୁଢା ଗଣେଶ । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ କୋରୋନା କଟକଣା ଯୋଗୁଁ ଫିକା ପଡିଛି ଜିଲ୍ଲାର ବୁଢା ଓ ଟୋକା ଗଣେଶ ପୂଜା । ଅଧିକ ପଢନ୍ତୁ...

କୋଭିଡ କଟକଣା ଯୋଗୁଁ ଫିକା ପଡିଲା ଜିଲ୍ଲାର ପ୍ରସିଦ୍ଧ ବୁଢା ଗଣେଶ ପୂଜା

ଭଦ୍ରକ: ଗଣେଶଙ୍କ ଆବାହନ ପାଇଁ ବାଧକ ସାଜିଛି କୋରୋନା କଟକଣା । ଭଦ୍ରକ ଜିଲ୍ଲାରେ ପ୍ରଶାସନିକ କଟକଣା ମଧ୍ୟରେ ପାଳନ ହେଉଛି ଗଣେଶ ପୂଜା । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ବୁଢା ଗଣେଶଙ୍କ ପୂଜା ମଧ୍ୟ କୋଭିଡ କଟକଣା ସହିତ ପାଳନ କରାଯାଉଛି । ସେହିପରି ଜିଲ୍ଲା ଟୋକା ଗଣେଶ, ପିଲା ଗଣେଶ ଓ କାଞ୍ଚନ ଗଣେଶଙ୍କ ସହ ଅନ୍ୟ କେତେକ ସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ବିଘ୍ନ ବିନାଶକ । ତେବେ ଏହି ପୂଜା ପାଳନ ନେଇ ମଣ୍ଡପର 3 ପଟକୁ ସଂପୂର୍ଣ୍ଣ ଭାବେ ଆବଦ୍ଧ କରାଯାଇଛି ।

ତେବେ କୋରୋନା କଟକଣା ପାଇଁ ମଣ୍ଡପ ନିକଟରେ 7 ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ଉପସ୍ଥିତି ଉପରେ କଟକଣା ଲାଗିଛି । ରୀତିନୀତିରେ ପୂଜା ହେଉଥିଲେ ମଧ୍ୟ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏଥିରେ ବାଦ ଦିଆଯାଇଛି । ସେପଟେ କଳସ ସ୍ଥାପନ ପାଇଁ ମଧ୍ୟ ଶୋଭାଯାତ୍ରା ଓ ଜନ ସମାଗମ ଉପରେ ରୋକ ଲାଗିଛି ।

ତେବେ ସ୍ଥାୟୀ ମଣ୍ଡପ ଗୁଡିକରେ ସୀମିତ ସଂଖ୍ୟକ କର୍ମକର୍ତ୍ତା ଓ ପୂଜକ ଉପସ୍ଥିତ ରହିବେ । ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ଭୋଗ ଲଗାଇବା ନେଇ କଟକଣା ରହିବ । ତେବେ ବିସର୍ଜନ ମଧ୍ୟ ନିରାଡମ୍ବର ଭାବେ କରାଯିବା ନେଇ ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି । କୋଭିଡ଼ ନିୟମ ଅବଲମ୍ବନ ପାଇଁ ପୋଲିସର ସ୍ଵତନ୍ତ୍ର ଟିମ ମଧ୍ୟ ପାଟ୍ରୋଲିଂ ଜାରି ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.