ETV Bharat / city

ରାତି ପହିଲେ ନାମାଙ୍କନ ଦାଖଲ, ଭଦ୍ରକରେ ପ୍ରସ୍ତୁତି ଚୂଡାନ୍ତ

author img

By

Published : Jan 16, 2022, 7:16 PM IST

ରାତି ପହିଲେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ । ଏନେଇ ଭଦ୍ରକ ଜିଲ୍ଲାର 7 ବ୍ଲକରେ ସମସ୍ତ ପ୍ରାରମ୍ଭିକ ନିର୍ବାଚନ ପ୍ରକ୍ରିୟା ସରିଥିବା ସୂଚନା । ଅଧିକ ପଢନ୍ତୁ

ରାତି ପହିଲେ ନାମାଙ୍କନ ଦାଖଲ, ଭଦ୍ରକରେ ପ୍ରସ୍ତୁତି ଚୂଡାନ୍ତ
ରାତି ପହିଲେ ନାମାଙ୍କନ ଦାଖଲ, ଭଦ୍ରକରେ ପ୍ରସ୍ତୁତି ଚୂଡାନ୍ତ

ଭଦ୍ରକ: କୋରୋନା କାଳରେ ପ୍ରଥମ ଥର ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାତି ପାହିଲେ ନାମାଙ୍କନ ପତ୍ର ଦାଖଲ । ଏନେଇ ଭଦ୍ରକ ଜିଲ୍ଲାର 7 ବ୍ଲକରେ ସମସ୍ତ ପ୍ରାରମ୍ଭିକ ନିର୍ବାଚନ ପ୍ରକ୍ରିୟା ସରିଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝି ।

ପ୍ରଶାସନ ଓ ପୋଲିସ ପକ୍ଷରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ, ସମସ୍ତ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ ହେବ ବୋଲି କହିଛନ୍ତି । ସରପଞ୍ଚ ପ୍ରାର୍ଥୀମାନେ ପଞ୍ଚାୟତ ଅଫିସ, ସମିତି ସଭ୍ୟ ପ୍ରାର୍ଥୀମାନେ ବ୍ଲକ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବେ । 17 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ।

ଏହା ମଧ୍ୟ ପଢନ୍ତୁ:- Panchayat Polls: ଜିଲ୍ଲାପାଳ ଓ SPଙ୍କ ସହ ଚାଲିଛି ନିର୍ବାଚନ ଆୟୋଗଙ୍କ ଆଲୋଚନା

ଏଥିସହ ଏହାର ପରବର୍ତ୍ତୀ ପର୍ଯାୟରେ କୋଭିଡ କଟକଣା ମଧ୍ୟରେ କିପରି ନିର୍ବାଚନୀ ପ୍ରକ୍ରିୟା ସମାପ୍ତ ହେବ, ସେନେଇ ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଏକ ବୈଠକ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.