ETV Bharat / city

ପ୍ରଶାସନ-ସେବା ସମବାୟ ସମିତି କର୍ମଚାରୀଙ୍କ ତୁଟିଲା ବିବାଦ: ଆସନ୍ତା 5ରୁ ଆରମ୍ଭ ହେବ ଧାନ କିଣା - ଭଦ୍ରକ ଖବର

ତୁଟିଲା ପ୍ରଶାସନ ଓ ସେବା ସମବାୟ ସମିତି କର୍ମଚାରୀ ବିବାଦ । ଜାନୁଆରୀ 5 ତାରିଖରୁ ଆରମ୍ଭ ହେବ ଭଦ୍ରକ ଜିଲ୍ଲାରେ ଧାନ କିଣା। ଅଧିକ ପଢନ୍ତୁ

ପ୍ରଶାସନ-ସେବା ସମବାୟ ସମିତି କର୍ମଚାରୀଙ୍କ ତୁଟିଲା ବିବାଦ: ଆସନ୍ତା 5ରୁ ଆରମ୍ଭ ହେବ ଧାନ କିଣା

author img

By

Published : Dec 30, 2021, 8:35 AM IST

ଭଦ୍ରକ : ତୁଟିଲା ପ୍ରଶାସନ ଓ ସେବା ସମବାୟ ସମିତି କର୍ମଚାରୀ ବିବାଦ। ଜାନୁଆରୀ 5 ତାରିଖରୁ ଆରମ୍ଭ ହେବ ଭଦ୍ରକ ଜିଲ୍ଲାରେ ଧାନ କିଣା। 10 ଦଫା ଦାବିନେଇ ବାଲେଶ୍ୱର-ଭଦ୍ରକ ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଚଳିତ ମାସ 3 ତାରିଖରୁ ଭଦ୍ରକ ଜିଲ୍ଲା ଅତିରିକ୍ତ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାରାଥନ ଆନ୍ଦୋଳନ ଜାରି ରହିଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ସଂଘର କର୍ମକର୍ତ୍ତା ମାନଙ୍କ ସହିତ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯାଇ କେତେକ ଦାବିକୁ ପ୍ରଶାସନ ମାନି ନେଇଥିଲା । ଆଉ କେତେକ ଉପରେ ବିଚାର ବିମର୍ଷ ଚାଲୁ ରହିଥିବା ଜଣାଯାଇଛି।

ପ୍ରଶାସନ-ସେବା ସମବାୟ ସମିତି କର୍ମଚାରୀଙ୍କ ତୁଟିଲା ବିବାଦ: ଆସନ୍ତା 5ରୁ ଆରମ୍ଭ ହେବ ଧାନ କିଣା

ଫଳରେ ଚାଲୁଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଜିଲ୍ଲାରେ ଧାନ କିଣା ନେଇ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି । ଖବର ଅନୁଯାୟୀ ଜିଲ୍ଲାର 2 ଜଣ ସେବା ସମବାୟ ସମିତିର ସମ୍ପାଦକଙ୍କ ନିଲମ୍ବନ ଆଦେଶ ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇଥିବା ବେଳେ 14 ଜଣ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସମ୍ପର୍କରେ ସମାଧାନ ହୋଇଥିବା ମଧ୍ୟ ଜଣାଯାଇଛି ।

ତେବେ ଆସନ୍ତା ମାସ 5 ତାରିଖରେ ଧାନ ମଣ୍ଡି ଖୋଲାଯିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପ୍ରଥମେ ସମିତି ଗୁଡିକ ସମବାୟ ବିଭାଗ ନିକଟରେ ଏଗ୍ରୀମେଣ୍ଟ କରିବା ପରେ ମିଲରମାନଙ୍କ ସହିତ ଧାନ କିଣାନେଇ ଏଗ୍ରୀମେଣ୍ଟ କରାଯିବ ବୋଲି ଜଣାଯାଇଛି। ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା 1940 ଟଙ୍କା ରହିଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାର ମୋଟ 108 ଟି ସେବା ସମବାୟ ସମିତି ମଧ୍ୟରୁ 96ଟି ସେବା ସମବାୟ ସମିତି ଓ 56ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଧାନ କିଣା ଦାୟିତ୍ୱରେ ସାମିଲ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.