ETV Bharat / city

ଓପିଏସସି ବିଭ୍ରାଟ ପାର୍ଟ 3: ଆଶାୟୀଙ୍କୁ କର୍ତ୍ତୃପକ୍ଷଙ୍କ ନାଲିଆଖି

ପଦାରେ ପଡିଲା ଓପିଏସସିର ଦାୟିତ୍ବହୀନତା । ଓଡିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଖାତା ମୂଲ୍ୟାୟନରେ ହୋଇଛି ଗୁରୁତର ତ୍ରୁଟି । ଫଳରେ ଓଏଏସ ପାଇବାରୁ ବଞ୍ଚିତ ହୋଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ ରଜତ କୁମାର ମିଶ୍ର । ଖାତା ମୂଲ୍ୟାୟନରେ ତ୍ରୁଟି ଗଣମାଧ୍ୟମରେ ପ୍ରସାରିତ ହେବାପରେ କଟକଣା ଲଗାଇଲେ ଓପିଏସସି କର୍ତ୍ତୃପକ୍ଷ ।

author img

By

Published : Aug 26, 2019, 11:10 PM IST

ଡିଜାଇନ ଫଟୋ

ଭଦ୍ରକ: ସତ ସାମନାକୁ ଆସିବା ପରେ ଚିଇଁକି ଉଠିଲା ଓପିଏସସି । ନିଜ ଅପାରଗତା ଲୁଚାଇବାକୁ ଯାଇ ଜାରି କଲା କଟକଣା । ପରୀକ୍ଷାର୍ଥୀଙ୍କ କଣ୍ଠରୋଧ କରିବାକୁ ଓପିଏସସିର ଯୋରଦାର ଉଦ୍ୟମ । ଓପିଏସସି ପରୀକ୍ଷାରେ ହେଉଥିବା ବିଭ୍ରାଟକୁ ନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ବିଜ୍ଞପ୍ତି ଜାରି କରିଛି ସଂପୃକ୍ତ ଅନୁଷ୍ଠାନ । ଲଗାତାର ଭାବେ ଆମେ ଖବର ପ୍ରସାରଣ କରିଥିଲୁ ଓପିଏସସିରେ କେମିତି ଚାଲିଛି ବେଆଇନ କାର୍ଯ୍ୟକଳାପ । କେମିତି ଯୋଜନାବଦ୍ଧ ଭାବେ କଟାଯାଉଛି ପରୀକ୍ଷାର୍ଥୀଙ୍କ ମାର୍କ । ପୁଣି ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କୁ କେମିତି ମିଳୁଛି ମାର୍କ । ଆଉ ଖବର ପ୍ରସାରଣ ପରେ ଓପିଏସସି କର୍ତ୍ତୃପକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଜାରି କରିଛନ୍ତି କଟକଣା । ଯେଉଁଥିରେ ଗଣମାଧ୍ୟମରେ ମୁହଁ ଖୋଲିଲେ ସିଧା ସିଧା ପରୀକ୍ଷାରୁ ବଞ୍ଚିତ କରାଯିବ ବୋଲି ଦିଆଯାଇଛି ଧମକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଘଟଣା ହେଉଛି 2016 ମସିହାର । ଭଦ୍ରକ ଜିଲ୍ଲାର ରଜତ ଫେବୃଆରୀ 2016 ମସିହାରେ ଓଡିଶା ସିଭିଲ୍‌ ସର୍ଭିସ ପରୀକ୍ଷା ଦେଇଥିଲେ। ଯାହାର ଫଳ 2017ରେ ବାହାରିଥିଲା । ଯେଉଁଥିରେ ସେ ଅକୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ନିଜ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ରଜତ ଓପିଏସସି କର୍ତ୍ତୃପକ୍ଷଙ୍କୁ ନିଜ ଖାତା ମୂଲ୍ୟାୟନ ସମ୍ପର୍କରେ ନକଲପତ୍ର ମାଗିଥିଲେ । କିନ୍ତୁ ଉତ୍ତର ଖାତା ଦେବା ପାଇଁ ଓପିଏସସି କର୍ତ୍ତୃପକ୍ଷଙ୍କୁ ଲାଗିଥିଲା 13 ମାସର ସମୟ । ଏହାପରେ ତାଙ୍କୁ ମିଳିଥିଲା ନିଜ ଉତ୍ତର ଖାତାର ନକଲ । ଉତ୍ତର ଖାତାର ନକଲପତ୍ର ଦେଖିବା ପରେ ତାଙ୍କ ଆଖିକୁ ବିଶ୍ବାସ ହୋଇନଥିଲା । ଇଂରାଜୀ ପ୍ରବନ୍ଧରେ ମୋଟ 200 ନମ୍ବରରୁ ରଜତ ପାଇଥିଲେ 117 ନମ୍ବର । ହେଲେ ତାଙ୍କ 117 ନମ୍ବରକୁ କଟାଯାଇ ଲେଖାଯାଇଥିଲା 50 ନମ୍ବର । ତେବେ ତାଙ୍କ ପରୀକ୍ଷା ଖାତାରେ ଏଭଳି ଜାଲଆତି କିଏ ଓ କାହିଁକି କରିଛି ସେ ନେଇ ରଜତ ପିଏମ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ନ୍ୟାୟ ମାଗିଛନ୍ତି । ହେଲେ ଫଳ ଶୂନ ।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓପିଏସସି କର୍ତ୍ତୃପକ୍ଷ ପରୀକ୍ଷାର୍ଥୀଙ୍କୁ ଧମକାଇବା ଆରମ୍ଭ କରିଦେଇଛନ୍ତି । ସିଧା ସିଧା କହିଛନ୍ତି ଯାହାର କିଛି ଅସୁବିଧା ଅଛି ସେମାନେ ଆସି ଓପିଏସସି କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ । ହେଲେ ଏଠି ଆମେ ପ୍ରଶ୍ନ କରୁଛୁ ଯେଉଁ ପରୀକ୍ଷାର୍ଥୀ ଗଣମାଧ୍ୟମର ସାହାଯ୍ୟ ନେଇଛନ୍ତି ସେ କଣ ଓପିଏସସିଙ୍କୁ ଜଣାଇନଥିଲେ । ସେ ମଧ୍ୟ ଜଣାଇଥିଲେ ହେଲେ ତାଙ୍କୁ କାହିଁକି ନ୍ୟାୟ ଦେଇପାରିଲେନି କର୍ତ୍ତୃପକ୍ଷ । ଏବେ ଗଣମାଧ୍ୟମକୁ ବିବୃତ୍ତି ଦେବାକୁ କଟକଣା ଲଗାଇବା ଏହା କେଉଁ ପ୍ରକାର ମାନସିକତା । ଏହା ଦ୍ବାରା କେଉଁ ଅଦୃଶ୍ୟ ଯୋଜନା ଶାକାର ହେବ ଓପିଏସସି କର୍ତ୍ତୃପକ୍ଷଙ୍କର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.