ETV Bharat / city

କାଳୀପୂଜାର ଶେଷଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

author img

By

Published : Nov 20, 2020, 3:39 PM IST

Updated : Nov 20, 2020, 3:56 PM IST

ଭଦ୍ରକର ପ୍ରସିଦ୍ଧ କାଳୀପୂଜାର ଶେଷଦିନରେ ମା' ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । କୋରୋନା କଟକଣାକୁ ଦୃଷ୍ଟିରେ ରଖି ମା'ଙ୍କ ପୂଜା ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

କାଳୀପୂଜାର ଶେଷଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
କାଳୀପୂଜାର ଶେଷଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଟାତ୍ରୀ ଦେବୀ ମା' ଭଦ୍ରକାଳୀ ସପ୍ତମାତୃକା ବେଶର ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ଆଜି(ଶୁକ୍ରବାର) ପରମବୈଷ୍ଣବୀ ମା' ଭଦ୍ରାକାଳୀ ପୂଜାର ଶେଷଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ।

ମା' ଭଦ୍ରକାଳୀଙ୍କୁ ହଳଦିଆ ରଙ୍ଗର ପାଟବସ୍ତ୍ର ପରିଧାନ କରାଯାଇ ଥିବାବେଳେ ମୁଖମଣ୍ଡଳକୁ ମଧ୍ୟ ହଳଦିଆ ରଙ୍ଗରେ ସଜ୍ଜିତ କରାଯାଇଛି । ସେହିପରି ମା' ପଦ୍ମାସନରେ ହସ୍ତୀ ଓ ପେଚା ବାହନଙ୍କୁ ନେଇ ବିରାଜମାନ କରିଛନ୍ତି । ସ୍ୱର୍ଣ୍ଣ ଓ ରୌପ୍ଯ ଅଳଙ୍କାରରେ ଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ ।

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି(ଶୁକ୍ରବାର) ସପ୍ତମ ତଥା ଶେଷ ଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବା ପରେ ବର୍ଷ ସାରା ମା' ବିଶ୍ଵମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ମା'ଙ୍କୁ ଏହି ମହାଲକ୍ଷ୍ମୀ ବେଶରେ ଦର୍ଶନକଲେ ଐଶ୍ଵର୍ଯ୍ୟ ପ୍ରାପ୍ତ ହେବା ସହ ଧନଧାନ୍ୟରେ ଘର ପୁରିଉଠେ ବୋଲି ବିଶ୍ବାସ ରହିଛି ।

ତେଣୁ ମା'ଙ୍କୁ ଦର୍ଶନ ପାଇଁ ମା'ଙ୍କ ପୀଠରେ ପ୍ରତିବର୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଅନ୍ୟପକ୍ଷରେ ପୀଠରେ ଆୟୋଜିତ ହେଉଥିବା ବିଶ୍ବଶାନ୍ତି ମହାଯଜ୍ଞର ମଧ୍ୟ ଆଜି(ଶୁକ୍ରବାର) ପୂର୍ଣ୍ଣାହୁତି । ପୂରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠରେ କାଳୀପୂଜାର ମାହୋଲ ବେଶ ନିଆରା । ହେଲେ କୋରୋନା କଟକଣା କାରଣରୁ ଚଳିତବର୍ଷ ପୀଠ ପୁରା ଖାଁ ଖାଁ ହୋଇପଡିଛି । ତେବେ ପ୍ରଶାସନିକ କଟକଣା ମଧ୍ୟରେ ବିନା ଭକ୍ତରେ ଚଳିତ ବର୍ଷ ବିଧି ରକ୍ଷା ପାଇଁ ମା' ଭଦ୍ରକାଳୀଙ୍କ ପୂଜା ସମ୍ପନ୍ନ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 20, 2020, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.