ETV Bharat / city

କୋଭିଡ କଟକଣାରେ ଭଦ୍ରକ ପାଳିଲା ପବିତ୍ର ମହରମ ପର୍ବ - Covid Infection

ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଜିଲ୍ଲାରେ ବେଶ୍ ଧୁମ୍ ଧାମରେ ପାଳନ ହୋଇ ନଥିଲେ ସୁଦ୍ଧା ଇସଲାମ୍ ଧର୍ମ ଅନୁଯାୟୀ ସଂପୂର୍ଣ୍ଣ କୋଭିଡ କଟକଣାରେ ଘରେ ରହି ପାଳନ କଲେ ମହରମ । ଅଧିକ ପଢନ୍ତୁ...

ନିରାଡମ୍ବର ଭାବେ ଜିଲ୍ଲାରେ ପାଳିତ ହେଲା ପବିତ୍ର ମହରମ ପର୍ବ

author img

By

Published : Aug 20, 2021, 3:56 PM IST

ଭଦ୍ରକ: ଇସଲାମ ଧର୍ମାବଲମ୍ବୀଙ୍କ ମହାନ ପର୍ବ ଭାବେ ପରିଗଣିତ ମହରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳନ କରିଛନ୍ତି । ଆଉ ଏ ସଂକ୍ରାନ୍ତରେ ଜିଲ୍ଳା ପ୍ରଶାସନ ପକ୍ଷରୁ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ତେବେ ଏହି ପ୍ରସ୍ତୁତି ବୈଠକରେ ମହରମ ପର୍ବକୁ ଶାନ୍ତି ଓ ମୈତ୍ରୀ ମଧ୍ୟରେ ପାଳନ କରାଯିବାକୁ ସହମତି ପ୍ରକାଶ ପାଇଥିଲା ।

ନିରାଡମ୍ବର ଭାବେ ଜିଲ୍ଲାରେ ପାଳିତ ହେଲା ପବିତ୍ର ମହରମ ପର୍ବ

ସେପଟେ ରାଜ୍ୟ ତଥା ଜିଲ୍ଳାରେ କୋଭିଡ଼ ସଂକ୍ରମଣ ହାର କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ କୋଭିଡ ସଂକ୍ରମଣ ଭୟ ଦୂର ହୋଇନାହିଁ । ଏପରି ସ୍ଥଳେ କୋଭିଡ଼ କଟକଣାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ ଇସଲାମ ଧର୍ମାବଲମ୍ବୀ ଲୋକେ ନିଜ ଘରେ ରହି ଏହାକୁ ପାଳନ କରିବା ସହ କୌଣସି ଶୋଭାଯାତ୍ରା କିମ୍ବା ମେଢର ଆୟୋଜନ କରିନଥିବା ଜଣାପଡିଛି l ତେବେ ଏହି ପର୍ବ ପାଳନ ନେଇ ପୁଲିସ ପକ୍ଷରୁ ପୂର୍ବବର୍ଷ ଯେଭଳଇ ଭାବେ ବନ୍ଦୋବସ୍ତ ହୋଇଥିଲା ଚଳିତ ବର୍ଷ ସେଭଳି କିଛି ଦେଖିବାକୁ ମିଳିନଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.