ETV Bharat / city

ମହାଆଡମ୍ବରରେ ଭଦ୍ରକରୁ ମା’ ନେଲେ ମେଲାଣି

author img

By

Published : Oct 16, 2021, 8:10 PM IST

ଭଦ୍ରକରେ ମହାଆଡମ୍ବରରେ ଦଶହରା ପାଳିତ ହେବାପରେ ଆଜି ମା'ଙ୍କ ମେଲାଣି ଉତ୍ସବ କରାଯାଉଛି । ସାରା ସହରର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ମା'ଙ୍କ ଭସାଣି କର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ମହା ଆଡମ୍ବରରେ ଭଦ୍ରକରୁ ମା’ ନେଲେ ମେଲାଣୀ
ମହା ଆଡମ୍ବରରେ ଭଦ୍ରକରୁ ମା’ ନେଲେ ମେଲାଣୀ

ଭଦ୍ରକ: ଆଜି ଧରାପୃଷ୍ଠରୁ ମେଲାଣି ନେଲେ ମା' ଜଗତ ଜନନୀ ଦୁର୍ଗତି ନାଶିନୀ । ଆଉ କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟ ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜା ପାଇବା ପରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ତେବେ ସହରାଞ୍ଚଳର ଶହେ ବର୍ଷର ପୁରାତନ ମଣ୍ଡପ ଜାନୁଗଞ୍ଜ ଦୁର୍ଗା ମେଢ ଭସାଣି କୋଭିଡ ନିୟମ ଅନୁସାରେ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଛି ।

ମହା ଆଡମ୍ବରରେ ଭଦ୍ରକରୁ ମା’ ନେଲେ ମେଲାଣୀ

ଏଥିସହ 300 ବର୍ଷ ପୁରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ ପୀଠର ମୃଣ୍ମୟୀ ମୂର୍ତ୍ତି ସହ ସହରର ଗାନ୍ଧୀ ପଡିଆ, ବାଇପାସ, ସନ୍ଥିଆ, ଡଗରାସାହି, ଚରମ୍ପା ଆଦି 23 ଗୋଟି ପ୍ରମୁଖ ମଣ୍ଡପର ମୃଣ୍ମୟୀ ଗୁଡିକ ବିସର୍ଜନ କରିବା ପାଇଁ ଭଦ୍ରକ ପୌରପାଳିକା ପକ୍ଷରୁ ଏକ ସ୍ବତନ୍ତ୍ର ଭାବେ ଏକ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ସେହିପରି ଜିଲ୍ଲାର 30 ଗୋଟି ସ୍ଥାନରେ ନିରାଡମ୍ବର ଭାବେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

ତେବେ ମା'ଙ୍କୁ ମେଲାଣି ଦେବା ସହ ଭସାଣି ଉତ୍ସବ ଦେଖିବା ପାଇଁ ବିଭିନ୍ନ ରାସ୍ତାର ଉଭୟ ପାର୍ଶ୍ବରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଛି । ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.