ଭଦ୍ରକ: ଦେଶ ସ୍ଵାଧୀନ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଦିନରାତି ଏକ୍ କରି ଇଂରେଜ ଶାସନକୁ ଗାଦିଚ୍ୟୁତ କରି କରିଥିଲେ । ସେଥିପାଇଁ ଆଜି ଅଗଷ୍ଟ 9 କ୍ରାନ୍ତି ଦିବସରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ର ରାମହରୀ ଗୋସ୍ଵାମୀ, ଗୌରୀଶ୍ୟାମ ଗୋସ୍ଵାମୀ ଓ ବ୍ରଜକିଶୋର ରାଉତଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି।
ହେଲେ ସେମାନଙ୍କ ମନରେ ରହିଛି ଅନେକ ଅବଶୋଷ । ସେଦିନର ମହାତ୍ମା ଗାନ୍ଧୀଙ୍କ ସ୍ଵପ୍ନର ଭାରତ ଏବେ ଟିକେ ବଦଳି ଯାଇଛି । ସେଦିନ ଗାନ୍ଧୀ ଦେଖିଥିବା ଆହୁରି ଅନେକ ସ୍ଵପ୍ନ ଏବେବି ସାକାର ହୋଇନି। କୋରୋନା ସ୍ଥିତି ପାଇଁ ସିନା ରାଜଭବନ ଯାଇପାରିଲେ ନାହିଁ ଏମାନେ, ହେଲେ ଜିଲ୍ଲାପାଳ ସେହି ସଂଗ୍ରାମୀଙ୍କ ଘରକୁ ଯାଇ ନିଜେ ଏହି ପୁରସ୍କାର ପ୍ରଦାନ କରିଥିଲେ।
ସ୍ଵାଧୀନ ଭାରତ ପାଇଁ ବହୁ ତ୍ୟାଗ ଆଉ ବଳିଦାନ ଦେଇଛନ୍ତି ସ୍ଵାଧୀନତା ସଂଗ୍ରାମୀ । ଇଂରେଜଙ୍କ ସହ ଲଢେଇ ଆଉ ଆତ୍ମ ବଳିଦାନର ଫଳ ଏବେ ପାଇଛନ୍ତି ଭାରତବାସୀ । 1942 ମସିହାରେ ଭଣ୍ଡାରୀପୋଖରୀ ଥାନା ପୋଡି, କାରାଗାର ଯିବା କଥା, ମହାତ୍ମା ଗାନ୍ଧୀଙ୍କୁ ଭେଟିବା ସହ କେମିତି ସଂଗ୍ରାମ ପାଇଁ ଉଦବୁଦ୍ଧ ହୋଇଥିଲେ।
ଇଂରେଜଙ୍କ ଡଙ୍ଗା ଭାଙ୍ଗିବା, ଗଞ୍ଜେଇ ଓ ମଦ ଦୋକାନ ପୋଡି ପରି ସ୍ଵାଧୀନତା ସଂଗ୍ରାମ ବେଳର କାହାଣୀ କହିଛନ୍ତି ଏହି ସ୍ଵାଧୀନତା ସଂଗ୍ରାମୀ। ତେବେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହୋଇଥିବା ସମସ୍ତ ସ୍ଵାଧୀନତା ସଂଗ୍ରାମୀ ତଥା ସେମାନଙ୍କ ପରିବାରଙ୍କ ସହ ଅଞ୍ଚଳବାସୀ ଏବେ ବହୁତ ଖୁସି । ହେଲେ ଜାତିର ପିତା ମହାତ୍ମା ଗାନ୍ଧୀ ସେଦିନ ଦେଖିଥିବା ସ୍ଵପ୍ନ ଅଦ୍ୟାବଧି ସାକାର ହୋଇନଥିବା କହିଛନ୍ତି ସ୍ଵାଧୀନତା ସଂଗ୍ରାମୀ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ