ETV Bharat / city

ମା' ଭଦ୍ରକାଳୀଙ୍କ ବେଦମାତା ବେଶ, କଟକଣା ପାଇଁ ଖାଁ ଖାଁ ମଣ୍ଡପ - ଭଦ୍ରକ କାଳୀ ପୂଜା

ଭଦ୍ରକର ପ୍ରସିଦ୍ଧ କାଳୀପୂଜା ଅବସରରେ ମା'ଙ୍କ ବେଦମାତା ବେଶ । କୋରୋନା ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତ । ଅଧିକ ପଢନ୍ତୁ...

ମା' ଭଦ୍ରକାଳୀଙ୍କ ବେଦମାତା ବେଶ, କଟକଣା ପାଇଁ ଖାଁ ଖାଁ ମଣ୍ଡପ

author img

By

Published : Nov 4, 2021, 11:30 AM IST

Updated : Nov 4, 2021, 11:50 AM IST

ଭଦ୍ରକ: ଆରମ୍ଭ ହୋଇଛି ପ୍ରସିଦ୍ଧ ଭଦ୍ରକର ଭଦ୍ରକାଳୀ ପୂଜା । ଏଠାରେ ୭ ଦିନ ଧରି ମା'ଙ୍କ ପୂଜାର୍ଚ୍ଚନା କରାଯିବ । ପ୍ରତିଦିନ ମା' ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉ ଥିବାବେଳେ ଆଜି ପ୍ରଥମ ଦିନ ପୂଜାରେ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ।

ମା' ଭଦ୍ରକାଳୀଙ୍କ ବେଦମାତା ବେଶ, କଟକଣା ପାଇଁ ଖାଁ ଖାଁ ମଣ୍ଡପ

ପରମ ବୈଷ୍ଣବୀ ମା' ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ଜଗତ କାଳୀପୂଜା ଠାରୁ ସାତ ଦିନ ଧରି ମା' ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ସପ୍ତମାତୃକା ବେଶର ପ୍ରଥମ ଦିନରେ ମା' ବେଦମାତା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।

ଏହି ଅବସରରେ ମା'ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି । କିନ୍ତୁ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡିଛି ମା'ଙ୍କ ପୂଜା । କେବଳ ବିଧି ଅନୁଯାୟୀ ମା'ଙ୍କର ପୂଜା ଅନୁଷ୍ଠିତ ହେଉଛି । ମନ୍ଦିରରେ ମା'ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି । ବେଦମାତା ବେଶରେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା' ମହାକାଳୀ ବେଶରେ ପୂଜା ପାଇବେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 4, 2021, 11:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.