ଭଦ୍ରକ: ବାସୁଦେବପୁର ମେଡିକାଲରେ ଥିବା ଇଲେକ୍ଟ୍ରିକ୍ ସର୍କିଟ ବୋର୍ଡ଼ରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ପରେ ରୋଗୀମାନେ ଭୟଭୀତ ହୋଇ ବାହାରକୁ ଦୌଡି ପଳାଇ ଆସିଥିଲେ।
ସୂଚନା ଅନୁଯାୟୀ, ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଇଲେକ୍ଟ୍ରିକ୍ ସର୍କିଟ ବୋର୍ଡ଼ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ପ୍ରବଳ ଧୂଆଁ ସହିତ ନିଆଁ ଛିଟିକିବା ଯୋଗୁ୍ଁ ମେଡିକାଲରୁ ଲୋକ ଦୌଡି ବାହାରକୁ ପଳାଇ ଆସିଥିଲେ ।
ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣା ପଡିଛି । ତେବେ କିଛି ସମୟ ପାଇଁ ମେଡିକାଲ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ବୋର୍ଡ଼କୁ ସଜାଡିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ