ଭଦ୍ରକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଧାରଣା ଓ ପ୍ରତିବାଦ । ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଚାଷି ଏହି ଧାରଣାରେ ସାମିଲ ହୋଇଥିଲେ ।
ମୁଖ୍ୟତଃ ବାତ୍ୟା ସହାୟତା ରାଶି ପ୍ରଦାନ ଓ କାଳିଆ ଯୋଜନାରେ ହେଉଥିବା ପକ୍ଷପାତିତାକୁ ବିରୋଧ କରିଥିଲେ ଚାଷୀ । ଏଥିସହ ସମବାୟ ସମିତିରେ ସରକାରୀ ଅର୍ଥକୁ ଲୁଟ୍ କରୁଥିବା ଵିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଥିଲେ ଚାଷି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ