ETV Bharat / city

ଇଟିଭି ନାଁରେ ଠକେଇ, ଭଦ୍ରକରୁ ଗିରଫ ନକଲି ସାମ୍ବାଦିକ - bhadrak Fake journalist

ଭଦ୍ରକରୁ ଗିରଫ ଠକ ସାମ୍ବାଦିକ ଅଚ୍ୟୁତାନନ୍ଦ ନାୟକ । ଅଚ୍ୟୁତ ନିଜକୁ ଇଟିଭି ସାମ୍ବାଦିକ କହି ଲୋକଙ୍କୁ ଠକୁଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ...

ଇଟିଭି ନାଁରେ ଠକେଇ , ଭଦ୍ରକରୁ ଗିରଫ ନକଲି ସାମ୍ବାଦିକ

author img

By

Published : Mar 19, 2021, 5:36 PM IST

Updated : Mar 19, 2021, 8:14 PM IST

ଭଦ୍ରକ: ଖବର ପରିବେଷଣ ନାଁରେ ଜନସାଧାରଣଙ୍କୁ ଠକୁଥିବା ନକଲି ସାମ୍ବାଦିକ ଗିରଫ । ଭଦ୍ରକରୁ ଗିରଫ ହୋଇଛି ଠକ ସାମ୍ବାଦିକକୁ ଗିରଫ କରିଛି ଭଦ୍ରକ ପୋଲିସ ।

ନା ଅଚ୍ୟୁତାନନ୍ଦ ନାୟକ । ଘର ବାଲେଶ୍ବରବାଲିପୋଖରୀ ଅନ୍ତର୍ଗତ ତେଲନଟି ଗ୍ରାମରେ , ହେଲେ ଭଦ୍ରକ ଚରମ୍ପା ରେ ରହି ସାଜିଥିଲେ ନକଲୀ ସାମ୍ବାଦିକ । ଖବର ଦେବା ନାଁରେ କରୁଥିଲା ନିଜ ମିଥ୍ୟା ଆତ୍ମପ୍ରଚାର । ସାମ୍ବାଦିକ କହି ଲୋକଙ୍କୁ ବୁଲାଉଥିଲେ ଭୁଆଁ । ଫେସବୁକ ପ୍ରୋଫାଇଲ ଠାରୁ କଭର ଫଟୋ ସବୁଠି ରହିଛି ଇଟିଭି ଲୋଗ । ଜାତୀୟ ଗଣମାଧ୍ୟମର ସାମ୍ବାଦିକ ପରିଚୟ ଦେଇ ସବୁ କାର୍ଯ୍ୟକ୍ରମ , ପାର୍ବଣ , ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସବୁରି ଆଖିରେ ଦେଉଥିଲା ଧୁଆଁ । ଆଉ ଆତ୍ମସାତ କରୁଥିଲା ହଜାର ହଜାର ଟଙ୍କା । ଏ ନେଇ ଅବଗତ ପରେ ଇଟିଭି ପକ୍ଷରୁ ଭଦ୍ରକ ଟାଉନ ଥାନାରେ ହୋଇଥିଲା ଅଭିଯୋଗ ।

ଇଟିଭି ନାଁରେ ଠକେଇ, ଭଦ୍ରକରୁ ଗିରଫ ନକଲି ସାମ୍ବାଦିକ

ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ପରେ ଭଦ୍ରକରୁ ଗିରଫ ହେଇଛି ଅଚ୍ୟୁତାନନ୍ଦ ନାୟକ । ଏହି ଗିରଫଦାରୀ ବିଷୟରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ଅଚ୍ୟୁତାନନ୍ଦଙ୍କ ବିରୋଧରେ ଆଇପିସି ଧାରା, 419, 420(ଠକେଇ),63( କପିରାଇଟ ଆକ୍ଟ), 104 ଓ 102(ବାଣିଜ୍ୟ ଆକ୍ଟ) ଆଧାରରେ ରୁଜୁ ହୋଇଛି ମାମଲା ।

ଅନେକ ଦିନରୁ ସୋସିଆଲ ମିଡିଆରେ ଇଟିଭି ସାମ୍ବାଦିକ ବୋଲି ପରିଚୟ ଦେଇଆସୁଥିଲା ଅଭିଯୁକ୍ତ ଅଚ୍ୟୁତ । ଏହାସହିତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇଟିଭି ଲୋଗୋକୁ ପୋଷ୍ଟ କରି ଏହାର ଅପବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଶୁକ୍ରବାର ଅଚ୍ୟୁତକୁ ଗିରଫ କରିଥିଲା । ତେବେ ଜାମିନ ଆବେଦନ ଖାରଜ ପରେ ଅଭିଯୁକ୍ତକୁ ଜେଲ ପଠାଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 19, 2021, 8:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.