ETV Bharat / city

ଦରମା ନ ପାଇବାରୁ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ - Irrigation Department

ଜଳସେଚନ ବିଭାଗରେ କାର୍ଯ୍ୟ କରି ଉପଯୁକ୍ତ ପ୍ରାପ୍ୟ ନ ପାଇବାରୁ ଦେହରେ କିରାସିନି ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଅଧିକ ପଢନ୍ତୁ...

ଦରମା ନ ପାଇବାରୁ କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ

author img

By

Published : Jun 26, 2021, 7:17 PM IST

ଭଦ୍ରକ: ବାସୁଦେବପୁର ଜଳ ସେଚନ ବିଭାଗରେ ଦୀର୍ଘ 5 ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦରମା ପାଇବାରୁ ବଞ୍ଚିତ ହୋଇ ଆସିଥିଲେ । ବାଧ୍ୟ ହୋଇ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଳସେଚନ ବିଭାଗର କର୍ମଚାରୀ ଦିବାକର ଦାସ । ସୂଚନାନୁଯାୟୀ ଦିବାକର ବିଗତ 1983 ମସିହାରେ ଚାକିରୀରେ ଯୋଗ ଦେଇଥିବାବେଳେ 1989 ମସିହାରେ ତାଙ୍କୁ ଚାକିରୀରୁ ଛଟେଇ କରିଦିଆଯାଇଥିଲା ।

ଦରମା ନ ପାଇବାରୁ କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ

ହେଲେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ 2016 ମସିହାରେ ତାଙ୍କୁ ପୁଣି ଚାକିରୀରେ ନିଯୁକ୍ତି ଦିଆଯାଇଥିଲା । ହେଲେ ପୁଣି ଦରମା ନ ପାଇବାରୁ ଦିବାକର 2018 ମସିହାରେ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବାରୁ ଉଚ୍ଚ ପଦସ୍ତ ଅଫିସରେ ଦରମା ଦେବାକୁ କହି ଅନଶନରୁ ଉଠାଇ ଦେଇଥିଲେ ।

ତେବେ ଆଜି ପର୍ଯ୍ୟନ୍ତ ଦିବାକର କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ତୁଲାଇ ଆସୁଥିଲେ ମଧ୍ୟ ଦରମା ନମିଳିବାରୁ ବାଧ୍ୟ ହୋଇ କାର୍ଯ୍ୟାଳୟ ଆଗରେ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦିବାକରଙ୍କୁ କିରାସିନି ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଥାନାକୁ ନେଇ ଆସିଥିଲେ । ତେବେ ପୋଲିସ କି ବିଭାଗୀୟ ଅଧିକାରୀ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.