ETV Bharat / city

ବିଜେପି-RSS ବିରୋଧରେ ଜଘନ୍ୟ ଦମନ ଲୀଳା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି CPIM - CPIM Protest against Bjp

ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘକୁ ଟାର୍ଗେଟ କରିଛି କମ୍ୟୁନିଷ୍ଟ ପାର୍ଟି । ସିପିଆଇଏମର ନେତୃବୃନ୍ଦଙ୍କୁ ମାଡ ମାରି ଲହୁଲୁହାଣ କରିବା ସହ ପାର୍ଟି ଅଫିସ ଓ ଗାଡି ପୋଡି ଭଳି ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇଏମ । ଅଧିକ ପଢନ୍ତୁ...

ବିଜେପି RSS ବିରୋଧରେ ଜଘନ୍ୟ ଦମନ ଲୀଳା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି CPIM

author img

By

Published : Sep 13, 2021, 5:11 PM IST

ଭଦ୍ରକ: ବିଜେପି ଓ RSS ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି CPIM । ସୂଚନାନୁସାରେ ସେପ୍ଟେମ୍ବର 8ରେ ସିପିଆଇଏମ ତ୍ରିପୁରା ରାଜ୍ୟ କାର୍ଯ୍ୟାଳୟ ସମେତ 10ଟି କାର୍ଯ୍ୟାଳୟକୁ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଗୁଣ୍ଡା ବାହିନୀ ନିଆଁ ଲଗାଇ ନଷ୍ଟ କରିବା ସହିତ ସିପିଆଇଏମର ନେତୃବୃନ୍ଦଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ନେଇ ହୋଇଛି ଅଭିଯୋଗ ।

ବିଜେପି RSS ବିରୋଧରେ ଜଘନ୍ୟ ଦମନ ଲୀଳା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି CPIM

ତା ସହିତ କୋଟି କୋଟି ଟଙ୍କାର ସିପିଆଇଏମ ପାର୍ଟିର ଗାଡି ଓ ଆସବାବ ପତ୍ରକୁ ଭାଙ୍ଗି ନଷ୍ଟ ମଧ୍ୟ କରିଛନ୍ତି । ଏନେଇ ସିପିଆଇଏମର ବରିଷ୍ଠ ନେତା ଦଶରଥ ଦେବଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ନଷ୍ଟ କରିଛନ୍ତି । ସେପଟେ ବିଜେପି ଓ RSSର ଏହି ଜଘନ୍ୟ ଦମନ ଲୀଳା ଓ ତାଲିବାନୀ ଶାସନ ବିରୁଦ୍ଧରେ ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଭଦ୍ରକ ବନ୍ତଛକ ଠାରେ ବରିଷ୍ଠ ସିପିଆଇଏମ ନେତା ଚନ୍ଦ୍ରଶେଖର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ସିପିଆଇଏମ ଭଦ୍ରକ ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଜିଲ୍ଲା କମିଟି ସଦସ୍ୟ ରାଧା ଦାସ, ବିକାଶ ନାଥ, ବିଷ୍ଣୁ ଦାଶ, ବରିଷ୍ଠ ନେତା ନିରଞ୍ଜନ ପାଣି ପ୍ରମୁଖ ଯୋଗଦେଇ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଓ ତାଙ୍କ ତାଲିବାନୀ ଶାସନ ବିରୋଧରେ ସ୍ବର ଉଠାଇଛନ୍ତି ।

ଏନେଇ ଦେଶ ତମାମ ବିଜେପିର ଦମନ ଲୀଳା ବିରୁଦ୍ଧରେ ଆଗାମୀ ଦିନରେ ଭାରତ ବନ୍ଦ କରିବା ପାଇଁ ସିପିଆଇଏମର ନେତୃବୃନ୍ଦ ଆହ୍ବାନ ଜଣାଇଛନ୍ତି । ଆଉ ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ସିପିଆଇଏମର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.