ଭଦ୍ରକ/ଯାଜପୁର: ଅନଲାଇନରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲାରେ CBI ଆଜି ଢେଙ୍କାନାଳ ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଚଢ଼ାଉ କରିଛି । ଭଦ୍ରକ ବନ୍ତ ବ୍ଲକ ବିନାୟକପୁର ଗ୍ରାମର ମନୋଜ ଦାସଙ୍କ ଘରେ CBI ଚଢ଼ାଉ କରିଛି ।
ସେହିଭଳି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତର କେଉଟନଗୁଆ ଗାଁରେ ମଧ୍ୟ ଟିମ୍ ଚଢ଼ାଉ କରିଛି । ଗାଁର ଅନାଦି ମାଝୀଙ୍କ ଘର ଉପରେ ଚଢ଼ାଉ ଜାରି ରହିଛି ।
ଏମାନେ ଅନଲାଇନରେ ଶିଶୁମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରୁଥିବା ଅଭିଯୋଗ ହୋଇଛି । ଦୁହିଁଙ୍କ ଘରେ CBI ଟିମ୍ ଚଢ଼ାଉ ଜାରି ରଖିଛି । ସପେଟ ଢେଙ୍କନାଳରେ ଚଢ଼ାଉ ବେଳେ CBI ଉପରକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି । କୌଣସିମତେ ସେଠାରୁ CBI ଟିମ୍କୁ ଉଦ୍ଧାର କରାଯାଇଛି । ଏହି ଅଭିଯୋଗ CBI ପକ୍ଷରୁ କୌଣସି ସବିଶେଷ ତଥ୍ୟ ଦିଆଯାଇନାହିଁ ।
ଏହା ବି ପଢ଼ନ୍ତୁ ଢେଙ୍କାନାଳରେ CBI ଟିମକୁ ଆକ୍ରମଣ, ଚଢାଉ ବେଳେ ଅଘଟଣ
ଚଢ଼ାଉ ପରେ CBI ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । କେବଳ ଓଡ଼ିଶା ନୁହେଁ, ଅନଲାଇନରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲାରେ CBI ଦେଶର ୧୪ଟି ରାଜ୍ୟକୁ ଟାର୍ଗେଟ କରିଛି । ୧୪ଟି ରାଜ୍ୟର ୭୬ଟି ସ୍ଥାନରେ CBI ଚଢ଼ାଉ କିରଛି । ଏହି ମାମଲାରେ ମୋଟ ୮୩ ଜଣ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି । ଅନଲାଇନରେ ଏହି ଅଭିଯୁକ୍ତମାନେ ଶିଶୁମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ମୋଟା ଅର୍ଥ ଉପାର୍ଜନ କରୁଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର ଓ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ