ETV Bharat / city

ଆଜି ବି ଜିତିବା ଆଶାରେ ଅଶ୍ବିନୀ, ୩୫ ବର୍ଷର ପ୍ରତିଦ୍ବନ୍ଦିତା ଯାତ୍ରାରେ ଲାଗିବ କି ବ୍ରେକ

author img

By

Published : Feb 15, 2022, 3:59 PM IST

ରାଜନୀତି ନିଶା କେଉଁ ଭଳି ଗୋଟିଏ ଜଣଙ୍କ ପାଖରେ ରହିଥାଏ ତାହା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିହିଡିରେ ଦେଖିବାକୁ ମିଳିଛି । ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେଉଛନ୍ତି, ବାରମ୍ବାର ହାରି ଚାଲିଛନ୍ତି କିନ୍ତୁ ହାର ମାନିନାହାନ୍ତି ପ୍ରାର୍ଥୀ ଅଶ୍ବିନୀ ସେଠୀ । ଅଧିକ ପଢନ୍ତୁ

୩୫ ବର୍ଷ ଧରି ପ୍ରତିଦ୍ବନ୍ଦିତା କରୁଛନ୍ତି ଅଶ୍ବିନୀ

ଭଦ୍ରକ: କିଛି କ୍ଷେତ୍ରରେ ସଫଳ ହେବାକୁ ହେଲେ ଧୈର୍ଯ୍ୟ ଏକାନ୍ତ ଆବଶ୍ୟକ । ଅନେକ ବିଫଳ ହେଲେ ଧୈର୍ଯ୍ୟ ହରାଇଥାନ୍ତି । ଲକ୍ଷ୍ୟରୁ ବାହାରି ଯାଆନ୍ତି । ହେଲେ ଏମିତି ଜଣେ ବ୍ୟକ୍ତିତ୍ବ ଅଛନ୍ତି ଯିଏ ପରୀକ୍ଷା ପରେ ପରୀକ୍ଷା ଦେଇ ଚାଲିଛନ୍ତି । ସଫଳତା ବଦଳରେ ବିଫଳ ହୋଇଛନ୍ତି ହେଲେ ଧୈର୍ଯ୍ୟ ହାରିନାହାନ୍ତି । ବର୍ଷେ କି ୫ ବର୍ଷ ନୁହେଁ ଦୀର୍ଘ ୩୫ ବର୍ଷ ନିର୍ବାଚନ ପରୀକ୍ଷାରେ ଫେଲ ମାରି ବି ବିଶ୍ବାସ ହାରି ନାହାନ୍ତି ବରଂ ପୁଣି ଆଗକୁ ବଢିଛନ୍ତି । ବିନା ଦ୍ବନ୍ଦରେ ଖୁସିରେ ବିନା ବିସାଦରେ ନିର୍ବାଚନ ବୈତରଣୀ ପାରି ହେବାକୁ ଉଦ୍ୟମ ଚଳାଇଛନ୍ତି । ଆମେ କହୁଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ୧୮ ନଂ ୱାର୍ଡ ଅମୃତପୁର ବାସିନ୍ଦା ଅଶ୍ବିନୀ ସେଠୀ। ୭ ଥର ୱାର୍ଡ ସଭ୍ୟ ଭାବରେ ରଣାଙ୍ଗନାକୁ ଓହ୍ଲାଇଛନ୍ତି ଜିତିବା ବଦଳରେ ହାରିଛନ୍ତି ହେଲେ ଆଗକୁ ମାଡି ଚାଲିଛନ୍ତି ।

ଆଜି ବି ଜିତିବା ଆଶାରେ ଅଶ୍ବିନୀ

୬୦ ବର୍ଷୀୟ ଅଶ୍ବିନୀ ସେଠୀ ଅମୃତପୁରର ୧୮ ନଂ ୱାର୍ଡ ବାସିନ୍ଦା । ୩୫ ବର୍ଷ ହେଲା ୱାର୍ଡ ମେମ୍ବର ପାଇଁ ଲଗାତର ପ୍ରତିଦ୍ବନ୍ଦିତା ସେ ଜାରି ରଖିଛନ୍ତି। କୌଣସି ଦଳର ସମର୍ଥନ ଲୋଡି ନାହାନ୍ତି । ନିଜ ସାଇକେଲ ଖଣ୍ଡିକକୁ ସାଥୀ କରି ମାଡି ଚାଲିଛନ୍ତି । ୭ ଥର ନିର୍ବାଚନୀ ମଇଦାନକୁ ଓହ୍ଲାଇ ହାରିଛନ୍ତି । ନୋଟ ଭୋଟ ଆଗରେ ତାଙ୍କ ନୀତି ଆଦର୍ଶ ଫିକା ପଡିଛି । ତାଙ୍କୁ କେହି ବି ଭୋଟ ଦେଇନାହାନ୍ତି । ହେଲେ ମନୋବଳ ଦୁର୍ବଳ ହୋଇଛି ଶରୀର ଅବସ ହୋଇଛି । ବୟସର ଅପରାହ୍ନରେ ଜିତିବା ଜିଦ ନେଇ ଯାତ୍ରା ଜାରି ରଖିଛନ୍ତି । ନିଜ ପ୍ରଚାର ମଙ୍ଗ ନିଜେ ଧରିଛନ୍ତି । ସାଇକେଲରେ ଗାଁ ଗାଁ ବୁଲି ବ୍ୟାନର ମାରୁଛନ୍ତି ଭୋଟ ଭିକ୍ଷା କରୁଛନ୍ତି । ହାରିବାର ଟିକିଏ ବି ଦୁଃଖ ନାହିଁ ଅଶ୍ବିନୀଙ୍କ ମନରେ । ବରଂ ଜିତିବାର ଜିଜ୍ଞାସା ଆହୁରି ବଢିଛି ।

୧୯୮୭ ମସିହା ଠାରୁ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଅଶ୍ବିନୀ । ୨୦୧୨ ଓ ୨୦୧୭ ନିର୍ବାଚନରେ ୧୦୦ ପାଖାପାଖି ଭୋଟ ସଂଖ୍ୟା ଛୁଇଁଥିଲା । ତେବେ ପୂର୍ବ ନିର୍ବାଚନ ଗୁଡିକରେ ସେ ୨୦ ରୁ ୪୦ ଖଣ୍ଡ ଭୋଟ ମୋଟ ପାଇଥିଲେ । ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ରାଜନୀତିକୁ ଆସିବା ମୂଳ ଲକ୍ଷ ବୋଲି ଅଶ୍ବିନୀ କହିଛନ୍ତି । ରାଜନୀତିକୁ ଏକପ୍ରକାର ନିଶାରେ ପରିଣତ କରିଛନ୍ତ ଅଶ୍ବିନୀ । ନିର୍ବାଚନରେ ହାରିଯାଏ କିନ୍ତୁ ମନରେ ଦୁଃଖ ନଥାଏ କିନ୍ତୁ ନିର୍ବାଚନ ରଣାଙ୍ଗନରେ ଛିଡା ହୋଇ ସମାଜ ସେବା କରିଲେ ବହୁତ ଖୁସି ହେବି ବୋଲି କହିଛନ୍ତି ଅଶ୍ବିନୀ । ତେବେ ଅଶ୍ବିନୀଙ୍କ ଏ ୩୫ ବର୍ଷ ଯାତ୍ରାରେ ପୂର୍ଣ୍ଣଛେଦ ପଡିବ କି । କଣ ହେବ ଅଶ୍ବିନୀଙ୍କ ଭାଗ୍ୟ ତାହା ପଞ୍ଚାୟତ ପରୀକ୍ଷା ପରେ ସ୍ପଷ୍ଟ ହେବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.