ETV Bharat / city

ବାତ୍ୟା ୟସ ମୁକାବିଲା ବିରୋଧରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

author img

By

Published : Jun 5, 2021, 8:42 PM IST

ବାତ୍ୟା ୟସର ମୁକାବିଲା କରିବାରେ ପ୍ରଶାସନର ଉଦାସୀନତା ମନୋଭାବକୁ ନେଇ କଂଗ୍ରସର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ବାତ୍ୟା ୟସ ମୁକାବିଲା ବିରୋଧରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ବାତ୍ୟା ୟସ ମୁକାବିଲା ବିରୋଧରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ: ବାତ୍ୟା ୟସର ମୁକାବିଲା କରିବାରେ ପ୍ରଶାସନର ବିଫଳତା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ବାତ୍ଯା ୟସ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ପଞ୍ଚାୟତ ଗୁଡ଼ିକୁ ଆସିଥିବା ରିଲିଫ୍ ସାମଗ୍ରୀ ତଥା ଗୋଖାଦ୍ୟ ପ୍ରଦାନରେ ପାତର ଅନ୍ତର ନେଇ ଅଭିଯୋଗ ।

କ୍ଷତିଗ୍ରସ୍ତ କଚ୍ଚା ଘର ଗୁଡିକର ସଠିକ ଆକଳନ ହୋଇନାହିଁ । କ୍ଷତିଗ୍ରସ୍ତ ଗ୍ରାମ ପଞ୍ଚାୟତ ଗୁଡିକରେ ରାସ୍ତାଘାଟର ତୁରନ୍ତ ମରାମତି କରଣ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।

ଅଘୋଷିତ ବିଦ୍ୟୁତ କାଟକୁ ପ୍ରତ୍ୟାହାର ଏବଂ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ପାଇଁ ଯେଉଁ ଅର୍ଥ ପ୍ରଦାନ କରାଯାଇଛି । ତାହାକୁ ସଠିକ ଭାବେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ଦଳ ପକ୍ଷରୁ ବାସୁଦେବପୁର ନିର୍ବାଚନୀ ମଣ୍ଡଳୀର ନେତା ଅଶୋକ କୁମାର ଦାସ ଦାବି କରିଛନ୍ତି ।

କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ନଗର ସଭାପତିି ଭକ୍ତରଞ୍ଜନ ପଟ୍ଟନାୟକ, ପୂର୍ବତନ ସରପଞ୍ଚଙ୍କ ସହିତ ଦଳର ବରିଷ୍ଠ ସଦସ୍ଯ ମାନେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.