ETV Bharat / city

କାରଗିଲ ବିଜୟକୁ 21 ବର୍ଷ, ଶହୀଦଙ୍କ ସମ୍ମାନକୁ ନେଇ ପୁଣି ଉଠିଲା ପ୍ରଶ୍ନ

author img

By

Published : Jul 26, 2020, 10:16 PM IST

କାରଗିଲ ବିଜୟ ଦିବସକୁ ପୁରିଛି 21 ବର୍ଷ । ହେଲେ ଏଯାଏଁ ମିଳିପାରୁନାହିଁ ଭଦ୍ରକର ଶହୀଦ ଯବାନଙ୍କୁ ଯଥୋଚିତ ସମ୍ମାନ । ଏନେଇ ଦୁଃଖ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ଓ ଶହୀଦଙ୍କ ପରିବାର । ଅଧିକ ପଢନ୍ତୁ...

କାରଗିଲ ବିଜୟକୁ 21 ବର୍ଷ, ଶହୀଦଙ୍କ ସମ୍ମାନକୁ ନେଇ ପୁଣି ଉଠିଲା ପ୍ରଶ୍ନ
କାରଗିଲ ବିଜୟକୁ 21 ବର୍ଷ, ଶହୀଦଙ୍କ ସମ୍ମାନକୁ ନେଇ ପୁଣି ଉଠିଲା ପ୍ରଶ୍ନ

ଭଦ୍ରକ: କାରଗିଲ ବିଜୟ ଦିବସକୁ ପୁରିଛି 21 ବର୍ଷ । ଭାରତୀୟ ସେନାର ବୀରତ୍ବକୁ ସମ୍ମାନ ଜଣାଉଛି ସାରା ଦେଶ । 24 ଜୁଲାଇ 1999, କାରଗିଲରେ ପରାକ୍ରମ ଦେଖାଇ ଶତୃ ଆକ୍ରମଣରେ ଶହୀଦ ହୋଇଯାଇଥିଲେ ପଞ୍ଚମ ପାରା ରେଜିମେଣ୍ଟର ନିରଞ୍ଜନ ବେହେରା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଞ୍ଚାୟତ ଅଧିନ ପାଙ୍ଗୁଡା ଗାଁର ଶହୀଦ ନିରଞ୍ଜନ ବେହେରାଙ୍କୁ ମନେପକାଇ ଏବେ ବି ଛୁରୁଛି ଗାଁ ମାଟି । ଝୁରୁଛନ୍ତି ପତ୍ନୀ ଓ ବୃଦ୍ଧ ବାପା । ଦେଶ ପାଇଁ ବଳିଦାନ ଦେଇଥିବା ଏହି ଶହୀଦଙ୍କ ବୀରତ୍ବକୁ ବିତିଗଲାଣି 21 ବର୍ଷ । ହେଲେ ଅଦ୍ୟାବଧି ତାଙ୍କୁ ମିଳୁନାହିଁ ଯଥୋଚିତ ସମ୍ମାନ, ଯାହାକି ଅଞ୍ଚଳ ବାସୀଙ୍କ ସହ ତାଙ୍କ ପରିବାର ଓ ଅବସର ପ୍ରାପ୍ତ ସୈନିକଙ୍କୁ କରିଛି ବେଶ ମର୍ମାହତ ।

ଶହୀଦ ନିରଞ୍ଜନ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଯେପରି ପାଳନ କରାଯାଇଥିଲା, ତାପର ବର୍ଷ ଠୁ ଏହି ଦିନ ପ୍ରଶାସନ ପକ୍ଷରୁ ନାଁ ସ୍ମୃତି ସଭାଟିଏ ଆୟୋଜନ ହେଉଛି ନା ତାଙ୍କୁ ଉଚିତ ସମ୍ମାନ ମିଳୁଛି । କେବଳ ସମାଧି ସ୍ଥଳରେ ଫୁଲ ମାଳଟିଏ ଦେଇ କାମ ସାରିଦେଉଛି ପ୍ରଶାସନ । ହେଲେ କୋରନା କାଳରେ ତାହା ମଧ୍ୟ ଦେଖିବାକୁ ମିଳିନାହିଁ । ନିରଞ୍ଜନଙ୍କ ଗାଁରେ ଥିବା ସମାଧି ସ୍ଥଳର ଶହୀଦ ସ୍ମୃତି ସ୍ତମ୍ଭ ଏବଂ ସ୍ମୃତି ପୀଠ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଅଦ୍ୟାବଧି ଏଠାରେ ପ୍ରତିମୂର୍ତ୍ତିଟିଏ ମଧ୍ୟ ସ୍ଥାପିତ ହୋଇପାରୁନଥିବା ବେଳେ ଦୁଃଖ ଓ ପରିତାପର ବିଷୟ ଯେ ଏହାର ଚତୁପାର୍ଶ୍ବ ଆଣ୍ଠୁଏ ପାଣି ଘେରରେ ରହିଛି । ଧର୍ମକୁ ଆଖିଠାର ଭଳି ଶହୀଦ ସ୍ମୃତି ପୀଠ ରାସ୍ତାଟିକୁ ନିରଞ୍ଜନ ମାର୍ଗ ନାଁରେ ଦର୍ଶାଯାଇଥିଲେ ସତ ଏହାର ଭିତ୍ତିଭୂମି ବିକାଶର ନାହିଁ କୌଣସି ଚିହ୍ନବର୍ଣ୍ଣ ।

ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବୀର ସହିଦଙ୍କୁ କାହିଁକି ମିଳୁନାହିଁ ଯଥୋଚିତ ସମ୍ମାନ ? ଏଥିପାଇଁ ପ୍ରକୃତରେ ଦାୟୀ କିଏ, ଏନେଇ ଉଠୁଛି ଅନେକ ପ୍ରଶ୍ନ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.