ETV Bharat / city

Bhadrak Encounter: ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର - ଭଦ୍ରକ ଏନକାଉଣ୍ଟର

ଆଜି ସକାଳୁ ଭଦ୍ରକ ଜିଲ୍ଲାର ବରପଦା ନିକଟରେ ପୋଲିସ୍‌ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ଦୀର୍ଘ ଦିନ ହେବ ପୋଲିସକୁ ନାକେଦମ କରି ଆସୁଥିଲେ । ଅଧିକ ପଢନ୍ତୁ

ପୋଲିସ ଏନକାଉଣ୍ଟର ୨ ଅପରାଧୀ ଗୁରୁତର
ପୋଲିସ ଏନକାଉଣ୍ଟର ୨ ଅପରାଧୀ ଗୁରୁତର
author img

By

Published : Dec 1, 2021, 11:39 AM IST

Updated : Dec 1, 2021, 1:57 PM IST

ଭଦ୍ରକ: ସକାଳୁ ଭଦ୍ରକ ଜିଲ୍ଲାର ବରପଦା ନିକଟରେ ପୋଲିସ୍‌ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ଦୀର୍ଘ ଦିନ ହେବ ପୋଲିସକୁ ନାକେଦମ କରି ଆସୁଥିଲେ। ସେମାନଙ୍କୁ ଧରିବାକୁ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ (Bhadrak police) ।

ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର

ସେମାନେ ରହୁଥିବା ଘରକୁ ଚାରିପଟୁ ପ୍ରଥମେ ଘେରାଉ କରିଥିଲା ପୋଲିସ । ଏହା ପରେ ଏନକାଉଣ୍ଟର(Encounter) କରିଥିଲା। ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏନକାଉଣ୍ଟରର ଶିକାର ହୋଇଥିବା ୨ ଅପରାଧୀ ହେଲେ ପ୍ରହ୍ଲାଦ ଦାସ ଓ ସୁଶାନ୍ତ ମଲ୍ଲିକ । ସେମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଏହି ଗ୍ୟାଙ୍ଗରେ ୬ ଜଣ ସଦସ୍ୟ ଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିଲେ। ମାରଣାସ୍ତ୍ର ଦେଖାଇ ଲୁଟ୍‌ପାଟ କରୁଥିବା ସହ ବହୁ ହାଇୱେ ଲୁଟ୍‌ରେ ସାମିଲ ଥିଲେ । ଏନକାଉଣ୍ଟର ପରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ମିଳିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

Last Updated : Dec 1, 2021, 1:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.