ETV Bharat / city

ଧାରଣାରତ ଯୁବତୀଙ୍କୁ ନିର୍ଯାତନା, ଅସ୍ଥାୟୀ ଟେଣ୍ଟ୍‌ ଭାଙ୍ଗି ଟଣାଓଟରା କଲେ ପ୍ରେମିକର ପରିବାର - ଧାରଣାରତ ଯୁବତୀଙ୍କୁ ପ୍ରେମିକ ପରିବାରର ପ୍ରତାରଣା

ପତ୍ନୀ ହକ୍‌ ପାଇଁ ପ୍ରେମିକର ଘର ସମ୍ମୁଖରେ ୧୦ ଦିନ ହେଲା ଧାରଣାରେ ବସିଛନ୍ତି ଜଣେ ଯୁବତୀ । ଧାରଣାରତ ଯୁବତୀଙ୍କୁ ପ୍ରେମିକ ପରିବାର ଲୋକଙ୍କ ଦ୍ବାରା ନିର୍ଯାତନାର ଶିକାର ହେବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ

ଧାରଣାରତ ଯୁବତୀଙ୍କୁ ନିର୍ଯାତନା, ଅସ୍ଥାୟୀ ଟେଣ୍ଟ୍‌ ଭାଙ୍ଗି ଟଣାଓଟରା କଲେ ପ୍ରେମିକର ପରିବାର
ଧାରଣାରତ ଯୁବତୀଙ୍କୁ ନିର୍ଯାତନା, ଅସ୍ଥାୟୀ ଟେଣ୍ଟ୍‌ ଭାଙ୍ଗି ଟଣାଓଟରା କଲେ ପ୍ରେମିକର ପରିବାର
author img

By

Published : Aug 11, 2022, 10:44 PM IST

ବ୍ରହ୍ମପୁର: ୧୮ ମାସର ସନ୍ତାନକୁ ବାପାର ପରିଚୟ ପ୍ରଦାନ କରିବା ପାଇଁ ଲଢ଼ୁଛି ଜଣେ ମାଆ । ପତ୍ନୀ ହକ୍‌ ପାଇଁ ପ୍ରେମିକର ଘର ସମ୍ମୁଖରେ ୧୦ ଦିନ ହେଲା ଧାରଣାରେ ବସିଛନ୍ତି ଜଣେ ଯୁବତୀ । ବ୍ରହ୍ମପୁର ସହରରେ ପୁନଃ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଧାରଣାରତ ଯୁବତୀଙ୍କୁ ପ୍ରେମିକ ପରିବାର ଲୋକଙ୍କ ଦ୍ବାରା ନିର୍ଯାତନାର ଶିକାର ହେବାକୁ ପଡ଼ିଛି ।

ଧାରଣାରତ ଯୁବତୀଙ୍କୁ ନିର୍ଯାତନା, ଅସ୍ଥାୟୀ ଟେଣ୍ଟ୍‌ ଭାଙ୍ଗି ଟଣାଓଟରା କଲେ ପ୍ରେମିକର ପରିବାର

କେ.ଦୀପିକା ନାମକ ଯୁବତୀଙ୍କୁ ପ୍ରତାରଣା କରିଛନ୍ତି ତାଙ୍କ ପ୍ରେମିକ । ଏହାକୁ ନେଇ ସେ ୧୦ ଦିନ ହେଲେ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ଆଜି ତାଙ୍କ ଅସ୍ଥାୟୀ ଟେଣ୍ଟ୍‌କୁ ଭାଙ୍ଗିଛନ୍ତି ପ୍ରେମିକଙ୍କ ମାଆ । ବ୍ରହ୍ମପୁର ସହରର ଦେଶୀବେହେରା ସାହିରେ କେ.ଦିନେଶଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଯୁବତୀ । ଗୁରୁବାର ଅପରାହ୍ନରେ ରକ୍ଷାବନ୍ଧନ ପାଇଁ ଦିନେଶଙ୍କ ମାମୁଁ ଘରକୁ ଆସିଥିଲେ । ଏହି ସମୟରେ ସେ ଧାରଣାରତ ଯୁବତୀଙ୍କୁ ଟଣାଓଟରା କରିଥିଲେ । ସ୍ଥିତି ଉତ୍ତେଜନାମୂଳକ ହୋଇଥିଲା । ଏହାପରେ ତାଙ୍କ ଅସ୍ଥାୟୀ ଟେଣ୍ଟ୍‌କୁ ଚିରି ଦେଇଛନ୍ତି ଦିନେଶଙ୍କ ମାଆ । ଖାଲି ସେତିକି ନୁହେଁ ସେ ରଖିଥିବା ସାମଗ୍ରୀ ମଧ୍ୟ ଫିଙ୍ଗାଫୋପଡ଼ା ମଧ୍ୟ କରିଥିଲେ । ଏହି ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାକୁ ନେଇ ଯୁବତୀଙ୍କୁ ସମର୍ଥନ କରୁଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସେ କହଛନ୍ତି ଯେ, "ଦୀପିକା ରାତିରେ ଟେଣ୍ଟ ଭିତରେ ଥିବା ବେଳେ ତା ଟେଣ୍ଟ ଉପରକୁ ନିଆଁ ଫୋପଡ଼ା ଯାଇଛି । ଆଜି ପୁଅର ମାମୁଁ ତାକୁ ଟଣାଓଟରା କରିଛନ୍ତି । ପୁଅର ମାଆ ସେ ରହୁଥିବା ଟେଣ୍ଟକୁ ଚିରି ଦେଇଛନ୍ତି । ଆମେ କୌଣସି ପାଟିତୁଣ୍ଡ କିମ୍ବା ହିଂସା କରିନାହୁଁ । ତାଙ୍କ ମାମୁଁ ଆସି ବେଡ୍‌ସିଟ୍‌ରେ ନିଆଁ ଲଗାଇଛନ୍ତି ।"

ଯୁବତୀ ଜଣଙ୍କୁ ପ୍ରେମିକ କେ.ଦିନେଶ କୁମାରଙ୍କ ପରିବାର ଲୋକେ ବୋହୁ ଭାବରେ ଗ୍ରହଣ କରିବାକୁ ରାଜି ହୋଇନଥିଲେ । ଏହାକୁ ନେଇ ଏକ ମାମଲା ରୁଜ ହୋଇଥିଲା । ଯୁବକ ଜଣଙ୍କ ଗିରଫ ହୋଇ ଜେଲ୍‌ରେ ରହିବା ପରେ ଜାମିନରେ ଫେରିଥିଲେ । ଏହାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ଯୁବତୀ । ମାମଲା ବିଚାରଧୀନ ରହିଛି । ଗତ ଅଗଷ୍ଟ ୨ ତାରିଖରୁ ନିଜ ସନ୍ତାନକୁ ବାପାର ପରିଚୟ ଦେବାକୁ ଯୁବତୀ ଧାରଣରେ ବସିଛନ୍ତି । ତା ସହିତ ସେ ଦିନେଶଙ୍କ ପତ୍ନୀ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ।

ବ୍ରହ୍ମପୁର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.