ETV Bharat / city

ଟ୍ରକ ଧକ୍କାରେ ଦୁଇ ଫାଳ ଯୁବକ, ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ - strike

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଧିନସ୍ଥ ଦିଗପହଣ୍ଡି - ଆସିକା ମୁଖ୍ୟ ରାସ୍ତା ଶ୍ରୀଚନ୍ଦନପୁର ସାମନ୍ତରାୟପୁର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ୧୦ ଚକିଆ ଟ୍ରକ ଧକ୍କାରେ ଦୁଇଖଣ୍ଡ ହୋଇଯାଇଛି ଯୁବକଙ୍କ ଶରୀର । ଅଧିକ ପଢନ୍ତୁ...

ଟ୍ରକ୍ ଧକ୍କାରେ ଯୁବକ ମୃତ, ରାସ୍ତା ଅବରୋଧ କଲେ ଲୋକ

author img

By

Published : Oct 22, 2021, 12:15 PM IST

ବ୍ରହ୍ମପୁର: ଟ୍ରକ୍ ଧକ୍କାରେ ଯୁବକଙ୍କ ଶରୀର ଦୁଇଖଣ୍ଡ । ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଧିନସ୍ଥ ଦିଗପହଣ୍ଡି - ଆସିକା ମୁଖ୍ୟ ରାସ୍ତା ଶ୍ରୀଚନ୍ଦନପୁର ସାମନ୍ତରାୟପୁର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ୧୦ ଚକିଆ ଟ୍ରକ ଧକ୍କାରେ ଅକାଳରେ ଝଡି ଯାଇଛି ଜୀବନ । ଉତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ସୂଚନାଅନୁସାରେ, ସାନଖେମୁଣ୍ଡି ବ୍ଲକ ପି . ରାମଚନ୍ଦ୍ରପୁର ପଞ୍ଚାୟତ ସାମନ୍ତରାୟପୁର ଗ୍ରାମର ମୋହନ ଗୌଡ଼ ଓ ବୁଲୁ ବାଇକରେ ଜମିକୁ ଯାଉଥିଲେ । ଦିଗପହଣ୍ଡିରୁ ଆସିକା ଅଭିମୁଖେ ଯାଉଥିବା ଟ୍ରକଟି(od- ୨୯ ଡି-୦୧୮୬) ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମୋଟର ସାଇକେଲ ଚାଳକ ରାସ୍ତାରେ ଛିଟିକି ପଡିଥିବା ବେଳେ ମୋହନଙ୍କ ଉପରେ ଗାଡ଼ିଟି ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବୁଲୁଙ୍କୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ରହିଥିବା ସୂଚନା ମିଳିଛି ।

ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଅତିରିକ୍ତ ତହସିଲଦାର ଶୁଭ ପ୍ରସାଦ କାନୁନଗୋ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ହଟିନଥିବା ଜଣାପଡିଛି । ଯାହାଫଳରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.