ETV Bharat / city

କାଠ-ପଥରରେ ବୁଢୀ ଠାକୁରାଣୀଙ୍କୁ ମୂର୍ତ୍ତି ଗଢି ବିଶ୍ବ ରେକର୍ଡ ପାଇଁ ଆବେଦନ

author img

By

Published : Apr 20, 2021, 8:10 AM IST

ବ୍ରହ୍ମପୁରର ଯୁବଶିଳ୍ପୀ କାଠ ଓ ପଥରରେ ମୂର୍ତ୍ତି ତିଆରି କରି ବିଶ୍ବ ରେକର୍ଡ ପାଇଁ ଆବେଦନ କରିଛନ୍ତି । ଅଧିକ ପଢନ୍ତୁ...

କାଠ-ପଥରରେ ବୁଢୀ ଠାକୁରାଣୀଙ୍କୁ ମୂର୍ତ୍ତି ଗଢି ବିଶ୍ବ ରେକର୍ଡ ପାଇଁ ଆବେଦନ
କାଠ-ପଥରରେ ବୁଢୀ ଠାକୁରାଣୀଙ୍କୁ ମୂର୍ତ୍ତି ଗଢି ବିଶ୍ବ ରେକର୍ଡ ପାଇଁ ଆବେଦନ

ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ଶେଷ ହୋଇଛି । ତେବେ ଏହି ଯାତ୍ରା ଅବସରରେ ଚଳିତ ବର୍ଷ କାଠ ଓ ପଥରକୁ ବ୍ୟବହାର କରି ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ମହାରଣା ବୁଢୀ ଠାକୁରାଣୀଙ୍କ ଛୋଟ ପ୍ରତିମୂର୍ତ୍ତି ଗଠନ କରିଛନ୍ତି । ଏହି କାର୍ଯ୍ୟ ଲାଗି ସେ ଏସିଆ ବୁକ୍ ଅଫ୍ ରେକର୍ଡ୍ସ ପାଇଁ ଆବେଦନ କରିଥିବା ଜଣାପଡିଛି ।

ଯୁବଶିଳ୍ପୀ ସତ୍ୟ ତିଆରି କରିଥିବା ମାଆଙ୍କ ପଥର ମୂର୍ତ୍ତିର ଉଚ୍ଚତା ୯ ମିମି ରହିଥିବା ବେଳେ କାଠରେ କରାଯାଇଥିବା ୫ଟି ମୂର୍ତ୍ତିର ଉଚ୍ଚତା ୫ ମିମି, ୧ ସେମି, ୨.୩ ସେମି, ୨.୫ ସେମି ଏବଂ ଦୁଇ ଇଞ୍ଚ ରହିଛି । ଏସିଆ ବୁକ୍‌ ଅଫ୍‌ ରେକର୍ଡ୍ସ ଏକ ବିଶ୍ବ ରେକର୍ଡ ହୋଇଥିବା ବେଳେ ସେ ନିଜର ଏହି ଭିନ୍ନ କାର୍ଯ୍ୟ ଲାଗି ଏହି ଆବେଦନ କରିଥିବା ଜଣାପଡିଛି । ତେବେ ସେ କାଠରେ ଛୋଟ ଛୋଟ ମୂର୍ତ୍ତି କରିଥିବାରୁ ଏହି ରେକର୍ଡ ହାତେଇବା ପାଇଁ ଯୋଜନା କରିଛନ୍ତି । ଅନ୍ୟପଟେ ମହାମାରୀ ସମୟରେ ମା'ଙ୍କ ପ୍ରସିଦ୍ଧ ଯାତ୍ରା ହେଉଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି ।

ସେପଟେ ସହରବାସୀ ବର୍ତ୍ତମାନର କୋରୋନା ରୂପକ ମହାମାରୀ ସମୟରେ ସମସ୍ତେ ପରସ୍ପର ଦୂରତା ବଜାୟ ରଖିବା, ମାସ୍କ ପିନ୍ଧି ମାଆଙ୍କ ପ୍ରସିଦ୍ଧ ଯାତ୍ରାକୁ ସଫଳ କରିଛନ୍ତି । ଏହାସହିତ କୋରୋନା ମହାମାରୀକୁ ଦୂରେଇ ନେବା ପାଇଁ ପ୍ରତ୍ୟେକ ଭକ୍ତ ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.