ETV Bharat / city

ନଦୀତଟରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ - ବ୍ରହ୍ମପୁର ଖବର

ନଦୀତଟରୁ ବିବାହିତା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ପୋଲିସର ଛାନଭିନ । ଅଧିକ ପଢନ୍ତୁ...

ନଦୀ ତଟରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

author img

By

Published : Sep 8, 2021, 11:46 AM IST

ବ୍ରହ୍ମପୁର: ନଦୀ ତଟରୁ ବିବାହିତା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣକ ହେଉଛନ୍ତି ମେଘଝୋଳି ଗାଁର ୩୧ ବର୍ଷୀୟ ଝିଲି ଗୌଡ । ଗଞ୍ଜାମ ଚଷା ନିମଖଣ୍ଡି ପଞ୍ଚାୟତ ବଡପଦା ଶୈବପୀଠ ପାର୍ଶ୍ବରେ ବହି ଯାଇଥିବା ରାମନଦୀ ତଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ନଦୀ ତଟରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ନଦୀ ତଟରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ସୂଚନା ଅନୁସାରେ, ୪ ବର୍ଷ ତଳେ ବିପ୍ର ଗୌଡଙ୍କ ଝିଅ ଝିଲିଙ୍କ ବିବାହ ମେଘଝୋଳି ଗାଁର କୁରେଶୁ ଗୌଡଙ୍କ ସହ ବୈଦିକ ରୀତିରେ ହୋଇଥିଲା । ବାହାଘର ପରେ ଝିଲିକୁ ସ୍ଵାମୀ କୁରେଶୁ ଓ ଶ୍ୱଶୁର ଘର ଲୋକମାନେ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଶେଷରେ ଝିଲି ନିର୍ଯ୍ୟାତନା ସହିନପାରି ଗତ ଅଗଷ୍ଟ ୨୮ ତାରିଖରେ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ ।

ଝିଲିଙ୍କ ଏତଲାକୁ ଭିତ୍ତି କରି ପୋଲିସ କୁରେଶୁଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ ମଧ୍ୟ କୁରେଶୁକୁ ପୋଲିସ ଗିରଫ କରିପାରି ନଥିଲା । ଏହା ପରେ କୁରେଶୁ କ୍ରୋଧାନ୍ୱିତ ହୋଇ ଝିଲିକୁ ରାସ୍ତାରୁ ହଟାଇବା ପାଇଁ ଯୋଜନାବଦ୍ଧ ହତ୍ୟା କରି ଫୋପାଡି ଦେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

ମହିଳାଙ୍କ ହାତରେ ରହିଥିବା ଟାଟୁ ପୋଲିସକୁ ପରିଚୟ ଖୋଲିବାରେ ସାହାଯ୍ୟ କରିଥିଲା । ପରେ ନଦୀ କୂଳରୁ ଝିଲିଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଝିଲିଙ୍କ ପରିବାରର ଲୋକଙ୍କ ବୟାନକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ମୃତଦେହକୁ ଉଦ୍ଧାର ପରେ ବ୍ରହ୍ମପୁରରେ ବ୍ୟବଚ୍ଛେଦ କରାଯାଇଛି । ଏବେସୁଦ୍ଧା ସ୍ବାମୀ ଫେରାର ଥିବା ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.