ETV Bharat / city

ଗଣମାଧ୍ୟମର ସାହାଯ୍ୟ ଲୋଡ଼ିଲେ ଦୀପିକା, ପ୍ରଶାସନର ଦ୍ବାରସ୍ଥ ଦିନେଶଙ୍କ ପରିବାର

author img

By

Published : Aug 23, 2022, 9:23 AM IST

ପତ୍ନୀର ହକ ପାଇଁ ୨୧ ଦିନ ଧରି ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି ଯୁବତୀ । ପ୍ରଶାସନର ଦ୍ବାରସ୍ଥ ହେଲେ ପ୍ରେମିକଙ୍କ ପରିବାର ଲୋକେ । ଅଧିକ ପଢ଼ନ୍ତୁ

woman stages dharna at lover house in berhampur
ଗଣମାଧ୍ୟମର ସାହାଯ୍ୟ ଲୋଡ଼ିଲେ ଧାରଣାରତ ଯୁବତୀ, ପ୍ରଶାସନର ଦ୍ବାରସ୍ଥ ହେଲେ ପ୍ରେମିକ ପରିବାର

ବ୍ରହ୍ମପୁର: ୧୮ ମାସର ପୁଅକୁ ଧରି ପତ୍ନୀର ହକ ପାଇଁ ଲଢୁଛି ମାଆ । ନିଜ ସନ୍ତାନକୁ ବାପାର ପରିଚୟ ପ୍ରଦାନ କରିବା ପାଇଁ ବ୍ରହ୍ମପୁର ସହରର‌ ଦେଶୀବେହେରା ସାହିରେ ଚାଲିଥିବା କେ. ଦୀପିକା ନାମଙ୍କ ମହିଳାଙ୍କ ଧାରଣା ୨୧ ଦିନରେ (Woman stages dharna at lover house in berhampur ) ପହଞ୍ଚିଛି । କେ. ଦୀପିକାଙ୍କ ଧାରଣା ଯୋଗୁଁ ଦିନେଶଙ୍କ ପରିବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୀପିକା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି ।

ଗଣମାଧ୍ୟମର ସାହାଯ୍ୟ ଲୋଡ଼ିଲେ ଧାରଣାରତ ଯୁବତୀ

ପ୍ରେମିକଙ୍କଠାରୁ ପ୍ରତାରଣା (woman tortured by lover) ହୋଇ ସ୍ତ୍ରୀର ଅଧିକାର ପାଇଁ ଆଜିକୁ ୨୧ ଦିନ ହେବ ଦିନେଶଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ତାଙ୍କ ସମର୍ଥନରେ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣା ଦେଇଛନ୍ତି । ଯେଉଁଥିରେ ଅତିଷ୍ଠ ହୋଇ ଦିନେଶଙ୍କ ପରିବାର ଲୋକେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଜାରି ରହିଥିବାବେଳେ, ଏହି ଘଟଣାକୁ ନେଇ ନାନା ହଇରାଣ ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଉଭୟେ ଧାରଣାରେ ବସିବା ଦ୍ବାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଦୈନିକ ବିଭିନ୍ନ ଘଟଣାକୁ ନେଇ ଥାନାରେ ଭିର୍ତ୍ତିହୀନ ମାମଲା ରୁଜୁ ହେଉଛି । ସେମାନେ ଅସୁରକ୍ଷିତ ରହିଥିବା ଦର୍ଶାଇଛନ୍ତି ଦିନେଶଙ୍କ ପରିବାର ଲୋକେ ।

ଏହା ମଧ୍ୟ ପଢ଼ନ୍ତୁ: ଧାରଣାରତ ଯୁବତୀଙ୍କୁ ନିର୍ଯାତନା, ଅସ୍ଥାୟୀ ଟେଣ୍ଟ୍‌ ଭାଙ୍ଗି ଟଣାଓଟରା କଲେ ପ୍ରେମିକର ପରିବାର

ପ୍ରତିଦିନ ଘରକୁ କାର୍ଯ୍ୟ କରିବାକୁ ଆସୁଥିବା ମହିଳା ଏବଂ ସମ୍ପର୍କୀୟଙ୍କୁ ଧାରଣାରତ ଯୁବତୀ ଓ ପ୍ରମିଳା ତ୍ରିପାଠୀ ନାନା ହଇରାଣ ହରକତ କରୁଥିବା ଦିନେଶଙ୍କ ମାଆ କହିଛନ୍ତି । ସେ କହିଛନ୍ତି, ବେଆଇନ ଭାବେ ଉକ୍ତ ଯୁବତୀ ଏବଂ ପ୍ରମିଳା ତ୍ରିପାଠୀ ଆମ ଘର ସମ୍ମୁଖରେ ବସି ନିର୍ଯ୍ୟାତନା ଦେଉଛନ୍ତି । ଏହି ଘଟଣାକୁ ନେଇ ଖୁବଶୀଘ୍ର ଉପଜିଲ୍ଲାପାଳ ଉଭୟ ପକ୍ଷକୁ ନେଇ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।" ଅନ୍ୟପଟେ ଦୀପିକା ଏକ ଭିଡ଼ିଓ ଜାରି କରି ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି । "ସେ କହିଛନ୍ତି, ଏପର୍ଯ୍ୟନ୍ତ ମତେ ନ୍ୟାୟ ମିଳିନାହିଁ । ଗଣମାଧ୍ୟମ ପାଇଁ ମୁଁ ନ୍ୟାୟ ପାଇବି ବୋଲି ଆଶା ରଖିଛି । ତେଣୁ ଏହି ସମୟରେ ମତେ ସାହାଯ୍ୟ କରନ୍ତୁ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.