ବ୍ରହ୍ମପୁର: ଚର୍ଚ୍ଚାରେ ବ୍ରହ୍ମପୁର ଏମକେସିଜି ମେଡିକାଲ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏମକେସିଜି ମେଡିକାଲର ମୁଖ୍ୟ କିରାଣୀ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କିରାଣୀ ନୀଳକଣ୍ଠ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସୂଚନା ଅନୁସାରେ, ମେଡିକାଲ ପରିସରରେ ଜଣେ ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ରସାନନ୍ଦ ମଙ୍ଗୁଆଳଙ୍କ ଜିପିଏଫ ଫାଇଲ କାର୍ଯ୍ୟ କରିବା ପାଇଁ ନୀଳକଣ୍ଠ ଲାଞ୍ଚ ମାଗିଥିଲେ । ଆଉ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏମକେସିଜି ମେଡିକାଲର ମୁଖ୍ୟ କିରାଣୀ ନୀଳକଣ୍ଠ ସାହୁ । ଗିରଫ ପରେ ମୁଖ୍ୟ କିରାଣୀଙ୍କ କାର୍ଯ୍ୟାଳୟ ସମେତ ବାସଭବନରେ ମଧ୍ୟ ଚଢ଼ାଉ କରି ଖୋଳତାଡ କରୁଛି ଭିଜିଲାନ୍ସ ବିଭାଗ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ