ETV Bharat / city

ଲଗାଣ ବର୍ଷାରେ ୮ ଗ୍ରାମ ଜଳବନ୍ଦୀ : ୫ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳାର୍ଣ୍ଣବ - ଲଗାଣ ବର୍ଷାରେ ଗଞ୍ଜାମର ଅନେକ ଗ୍ରାମ ଜଳବନ୍ଦୀ

ଲଗାଣ ବର୍ଷାରେ ବେଗୁନିଆପଡା ବ୍ଲକର ଆଠଟି ଗ୍ରାମ ଜଳବନ୍ଦୀ ହୋଇ ରହିଛି । ଫଳରେ ୫ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳାର୍ଣ୍ଣବ ହୋଇ ରହିଛି । ଅଧିକ ପଢ଼ନ୍ତୁ

ଲଗାଣ ବର୍ଷାରେ ୮ ଗ୍ରାମ ଜଳବନ୍ଦୀ : ୫ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳାର୍ଣ୍ଣବ

author img

By

Published : Jul 17, 2022, 10:58 PM IST

ଗଞ୍ଜାମ: ଜାରି ରହିଛି ଲଘୁଚାପଜନିତ ଲଗାଣ ବର୍ଷା । ବର୍ଷାରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର ୮ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ପ୍ରାୟ ପାଞ୍ଚ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ଜମି ରହିଛି । ତାଳସର ଓ କନିଆରୀବାଡ଼ି, ଦ୍ୱାରାଶୁଣି ସମେତ ୮ଟି ଗାଁ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାରୁ ଯାତାୟାତରେ ନାନା ସମସ୍ୟା ଦେଖା ଦେଇଛି ।

ଲଗାଣ ବର୍ଷାରେ ୮ ଗ୍ରାମ ଜଳବନ୍ଦୀ : ୫ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳାର୍ଣ୍ଣବ

ଏହି ବ୍ଲକର ତାଳସର, ଅଙ୍ଗରଗାଁ,କୁମ୍ଭାର ଗାଁ, ଶାଙ୍କୁଡା, ଷଣ୍ଢମୂଳ, ବଡ଼ ଖଇରଖମା, ସୁମଣ୍ଡଳ, ବୁରୁଝରି, ଏସ୍ ଛଛିନା, ଚନ୍ଦନପୁର, ଚିଙ୍ଗୁଡ଼ିଖୋଲ, କେ.ବରିଡା,ବେଗୁନିଆପଡା ଓ ଖଣ୍ଡିଆନଇରେ ଚାଷଜମି ଜଳମଗ୍ନ ହୋଇଛି । ମର୍ଦ୍ଦକୋଟ, ମର୍ଦ୍ଦମେଖ, ଫାଶୀ, ଦିଗାପଡ଼ା, କାଳିମେଘି, ସାନ ଉସ୍ତ।ପଡ଼ା, ବେରୁହଁବାଡ଼ି, ମଠ ସରସିଂ, ଘୋଡାପଡା, ପଞ୍ଚାୟତର ସମସ୍ତ ଗ୍ରାମ ସମେତ କୋଦଳା ଏନଏସିର ଅନେକ ଚାଷଜମି ମଧ୍ୟ ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି । ଏହାକୁ ନେଇ ଧାନ ତଳି ପକାଇଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

ଗତକାଲି ରାତିରେ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ପ୍ରବଳ ବର୍ଷାରେ ତାଳସରକୁ ସଂଯୋଗ କରୁଥିବା ସବୁ ରାସ୍ତା ସମେତ କନିଆରୀବାଡ଼ି ରାସ୍ତା ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିଛି । ସେହିଭଳି ଉଜ୍ଜ୍ୱଳପଲ୍ଲୀଠାରୁ ମୁଣ୍ଡୁଳା ଓ ଚନ୍ଦନପୁର ରାସ୍ତା, ତାଳସରଠାରୁ ଦ୍ୱାରାଶୁଣି ରାସ୍ତା, ଓଡନଇ ଚିଙ୍ଗୁଡ଼ିଖୋଲ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତାରେ ପାଣି ଚାଲିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.