ETV Bharat / city

ସଟଡାଉନ ନିୟମ ଉଲ୍ଲଘଂନ: 9 ଦୋକାନ ସିଲ ,3 ଜଣଙ୍କ ନାଁରେ ମାମଲା ରୁଜୁ

author img

By

Published : Jun 7, 2020, 11:00 PM IST

ଗଞ୍ଜାମ ଜିଲ୍ଲା ସଦର ମହକୁମ୍ମା ଛତ୍ରପୁର ଠାରେ ସଟଡାଉନ ନିୟମର ଉଲ୍ଲଙ୍ଘନ କରି 9ଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ 3 ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

berhampur
ସଟଡାଉନ ନିୟମର ଉଂଲ୍ଲଙ୍ଘନ କରି ଦୋକାନ ସିଲ

ବ୍ରହ୍ମପୁର: କୋରୋନା ରୂପକ ମହାମାରୀ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ରାଜ୍ୟରେ ଶନିବାର ଓ ରବିବାର 2 ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏହି ଅବସରରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ସଟଡାଉନ ନିୟମର ଉଲ୍ଲଙ୍ଘନ କରି 9ଗୋଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ 3 ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ସଟଡାଉନ ନିୟମର ଉଂଲ୍ଲଙ୍ଘନ କରି ଦୋକାନ ସିଲ

ଛତ୍ରପୁର ସହରରେ ସଟଡାଉନ ପୂର୍ବରୁ ଏନଏସି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଇଥିଲେ ମଧ୍ୟ ସହରର ରିକାପଲ୍ଲୀ ଛକ ଠାରୁ ଆରମ୍ଭ କରି ମଝି ବଜାର, ନୀଳକଣ୍ଠେଶ୍ବର ମନ୍ଦିର ରୋଡ଼, ବଡ଼ବଜାର, ଅପର ବସଷ୍ଟାଣ୍ଡ, ପୁତି ଗୋପାଳପୁର ଏବଂ ମାଛ ମାର୍କେଟ ରୋଡ଼ର 9 ଟି ଦୋକାନ ଏହାକୁ ଉଲ୍ଲଘଂନ କରି ସଟଡାଉନରେ ଦୋକାନ ଗୁଡିକ ଅଧା ଖୋଲିବା ସହ ବ୍ୟବସାୟ କରୁଥିବା ନେଇ ଏନଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି ଏବଂ 3ଟି ଦୋକାନ ନାଁରେ ଏତଲା ଦିଆଯାଇଥିବା ଜଣାପଡିଛି ।

ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁଙ୍କ ନେତୃତ୍ବରେ କର୍ମଚାରୀମାନେ ଦୋକାନ ଗୁଡିକ ସିଲ୍ କରିଥିଲେ । ଏହି ଦୋକାନ ଗୁଡିକ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏନଏସି ପକ୍ଷରୁ କୁହାଯାଇଛି । ଏହାସହ ସେମାନଙ୍କ ଠାରୁ କୋଭିଡ-୧୯ ନିୟମ ଉଲ୍ଲଘଂନ ଅନୁସାରେ 9 ହଜାର 7ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଏହାସହ ଯେଉଁମାନେ ବିନା ମାସ୍କରେ ବାହାରେ ବୁଲୁଛନ୍ତି ସେମାନଙ୍କ ଠାରୁ ଏନଏ ସି ପକ୍ଷରୁ ଜୋରିମାନା ଆଦାୟ କରାଯାଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାସ୍କ ପିନ୍ଧାଇ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ରବିବାର ସକାଳ ସମୟରେ ସଟଡାଉନ ନିୟମକୁ ତଦାରଖ କରିବା ନିମନ୍ତେ ବିଭିନ୍ନ ଅଞ୍ଚଳ ବୁଲି ଯେଉଁ ଦୋକାନ ଗୁଡିକ ଏହି ନିୟମ ଉଲ୍ଲଙ୍ଘନ କରି ବ୍ୟବସାୟ କରିଥିଲେ ତାହାର ଫୋଟଗ୍ରାଫି ଆଣିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା ।

ମୁଖ୍ୟତଃ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ ମାସକୁ ଅଧିକ ଗୁରୁତ୍ବ ଦିଆଯିବା ସହ ଏଥିପାଇଁ ନୂତନ ନିୟମ ପ୍ରଣୟନ କରିଥିବା ବେଳେ ସାଧାରଣ ଜନତା ଅଧିକ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.