ETV Bharat / city

ରାଜ୍ୟରେ ଆଉଜଣେ କୁବେର କନିଷ୍ଠ ଯନ୍ତ୍ରୀ, ଭିଜିଲାନ୍ସ ରେଡ୍‌ରେ ମିଳିଲାଣି କୋଟିଏରୁ ଊର୍ଦ୍ଧ୍ବ ସମ୍ପତ୍ତି - ବ୍ରହ୍ମପୁରର କୁବେର କନିଷ୍ଠ ଯନ୍ତ୍ରୀ

ରାଜ୍ୟରେ ପୁଣି ଜଣେ କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମର ଚଢାଉ । ଅଧିକ ପଢନ୍ତୁ

vigilance raids at berhampur junior engineer's house
ରାଜ୍ୟରେ ଆଉଜଣେ କୁବେର କନିଷ୍ଠ ଯନ୍ତ୍ରୀ, ଭିଜିଲାନ୍ସ ରେଡ୍‌ରେ ମିଳିଲାଣି କୋଟିଏରୁ ଉର୍ଦ୍ଧ୍ବ ସମ୍ପତ୍ତି
author img

By

Published : Dec 28, 2021, 8:40 PM IST

ବ୍ରହ୍ମପୁର: ରାଜ୍ୟରେ ପୁଣି ଜଣେ କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ରୁରାଲ ୱାର୍କ ଡିଭିଜନ୍–୨ ରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମୋଟ ପାଞ୍ଚୋଟି ସ୍ଥାନରେ ଚଢାଉ କରିବା ସମୟରେ ମିଳିଛି ଅନେକ ସମ୍ପତ୍ତି । ଦିନ ତମାମ ଖୋଳତାଡ ପରେ ଭିଜିଲାନ୍ସ ଟିମ ଠାବ କଲାଣି ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ।

vigilance raids at berhampur junior engineer's house
କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରୁ ମିଳିଲାଣି କୋଟିଏରୁ ଉର୍ଦ୍ଧ୍ବ ସମ୍ପତ୍ତି

ଚଢାଉ ସମୟରେ ଭିଜିଲାନ୍ସ ବିଭାଗର ପାଞ୍ଚୋଟି ଟିମ୍ କନିଷ୍ଠ ଯନ୍ତ୍ରୀଙ୍କ ଶକ୍ତିନଗର ଠାରେ ରହିଥିବା ତିନି ମହଲା ବିଶିଷ୍ଟ କୋଠା ସମେତ ବ୍ରହ୍ମପୁର ସହରର ନିମଖଣ୍ଡି ଏବଂ ଆମ୍ବପୁଅ ଅଞ୍ଚଳରେ ୫ଟି ପ୍ଲଟ ରହିଥିବା ଜାଣିବାକୁ ପାଇଛି । କେବଳ ସେତିକି ନୁହେଁ ୧୦ ଲକ୍ଷ ୪୬ ହଜାର ଟଙ୍କାର ବିଭିନ୍ନ କମ୍ପାନୀର ବୀମା ରାଶି ଦାଖଲ କରିଥିବାବେଳେ ଘର ମଧ୍ୟରୁ ମିଳିଥିବା ସୁନା ଓ ରୂପା ଅଳଙ୍କାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଟିମ ।

ଏହାମଧ୍ୟ ପଢନ୍ତୁ: ବାପାଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆହୁରି ଉଦ୍ୟମ ଆବଶ୍ୟକ: ପ୍ରଫେସର ଜୟନ୍ତ ମହାପାତ୍ର

ଏଥିସହ ବିଭିନ୍ନ ବ୍ୟାଙ୍କରେ ୮ ଲକ୍ଷ ୭୫ ହଜାର ଟଙ୍କା ଜମା ରହିଥିବାବେଳେ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟକୁ ମିଶାଇ ଏକ କୋଟି ୧୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ସମ୍ପତ୍ତି ଠାବ ପରେ ମଧ୍ୟ ଭିଜିଲାନ୍ସ ବିଭାଗ ଆହୁରି କେଉଁଠି ସମ୍ପତ୍ତି ରହିଛି ତାହାକୁ ଖୋଳତାଡ୍‌ କରୁଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା କନିଷ୍ଠ ଯନ୍ତ୍ରୀ ବାବୁ ବଂଶୀଧର ଗତ ୨୦୦୩ ମସିହା ଜୁଲାଇ ୨୧ ତାରିଖରେ ଠିକା ଭିତ୍ତିରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ରାୟଗଡାରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ୨୦୦୯ ମସିହାରେ ସ୍ଥାୟୀ ନିଯୁକ୍ତି ହେଇଥିବା ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.