ବ୍ରହ୍ମପୁର: ସାତ ଜନ୍ମର ସାଥୀ ସାଜିଲା ସୈତାନ । ସାମାନ୍ୟ ବଚସାକୁ ନେଇ ପତ୍ନୀକୁ କଲା ଏସିଡ ମାଡ । ଜୀବନର ନାୟକ ହୋଇ ଖଳନାୟକ ଖେଳ ଖେଳିଲା ପିଶାଚ ସ୍ବାମୀ । ଯେଉଁ ହାତରେ ଦିନେ ହାତଗଣ୍ଠି ପଡିଥିଲା ଓ ସୁରକ୍ଷା ଦେବାକୁ କଥା ଦେଇଥିଲା ସେହି ହାତ ଆଜି ଏସିଡ୍ ପିଙ୍ଗିବାକୁ ବି ପଛାଇଲା ନାହିଁ । ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଛବିତା ୭ ମାସର ଗର୍ଭବତି ଥିବା ବେଳେ ଶ୍ବଶୁର ଘର ଛାଟି ନିଜ ଗାଁକୁ ଯାଇଥିଲେ । କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବଚସା ହେବାକୁ ଅପ୍ରେଲ ୬ ତାରିଖରେ ଛବିତା ପୋଖରୀରୁ ସ୍ନାନ କରି ଫେରୁଥିବା ସମୟରେ ସ୍ୱାମୀ ଛବିତାଙ୍କ ଉପରେ ଏସିଡ୍ ଢାଳି ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ପରେ ସ୍ବାମୀର ଟେର ପାଇନି ପୋଲିସ । ଫଳରେ ନିଜେ ପ୍ରେମିକା ସହ ସ୍ବାମୀ ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ଛବିତା ।
ତେବେ ନ୍ୟାୟ ପାଇଁ ଏବେ କୋଳରେ ୩ମାସର ଶିଶୁ କନ୍ୟାକୁ ଧରି ଗୋଟିଏ ସରକାରୀ କାର୍ଯ୍ୟାଳୟକୁ ଆଉ ଗୋଟିଏ ସ୍ଥାନକୁ ଦୌଡୁଛନ୍ତି ଛବିତା । ସେପଟେ ଏବେ ନିଜ ବାପ ଘରେ ରହୁଥିବା ବେଳେ ଅଭାବି ଓ ଗରିବୀ ବଞ୍ଚିବା ବି ମୁସକିଲ କରିଦେଲାଣୀ । ଏସିଡ ପୀଡିତାଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳୁଥିବା ବେଳେ ଏଯାବତ ଛବିତାଙ୍କ ପାଖରେ ପହଞ୍ଚିପାରିନାହିଁ । ତେବେ ଏହି ଘଟଣା ଜାଣିବା ପରେ ଜିଲ୍ଲା ଆଇନସେବା ପ୍ରାଧିକରଣରେ ପକ୍ଷରୁ ସରକାରଙ୍କ ପକ୍ଷରୁ ରହିଥିବା ସମସ୍ତ ପ୍ରକାର ଆର୍ଥିକ ସହାୟତା ପାଇବା ପାଇଁ ଆବେଦନ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ବ୍ରହ୍ମପୁରର ବରିଷ୍ଠ ଆଇନଜୀବି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ