ବ୍ରହ୍ମପୁର: କାର୍ତ୍ତିକ ମାସରେ ରେଶମ ସହର ବ୍ରହ୍ମପୁରରେ ପନିପରିବା ଦର ଆକାଶ ଛୁଆଁ । ସହରର ବିଭିନ୍ନ ପରିବା ବଜାରରେ ବ୍ରିକି ହେଉଥିବା ପରିବାର ଦର କାର୍ତ୍ତିକ ମାସ ଆରମ୍ଭରୁ ହିଁ ବୃଦ୍ଧି ପାଇଥିବାରୁ ଚିନ୍ତାରେ ସହରବାସୀ ।
ସେପଟେ କାର୍ତ୍ତିକ ମାସରେ ଅନେକ ହବିଷ୍ୟାଳି ଶାକାହାରୀ ଭୋଜନ ପରିବେଷଣ କରୁଥିବାବେଳେ ଏଭଳି ଦରବୃଦ୍ଧି ସହରବାସୀଙ୍କ ଚିନ୍ତା ବୃଦ୍ଧି କରିଛି। ବଜାରରେ ଟମାଟୋ କିଲୋ ପ୍ରତି ୫୦ ରୁ ୬୦ ଟଙ୍କା ରହିଥିବାବେଳେ ବାଇଗଣ କିଲୋଗ୍ରାମ ୪୦ ଟଙ୍କା, ଫୁଲକୋବି କିଲୋଗ୍ରାମ ୮୦ ଟଙ୍କା ,ଆଳୁ କିଲୋଗ୍ରାମ ୨୮ ଟଙ୍କା, କାଙ୍କଡ କିଲୋପ୍ରତି ୮୦ ରୁ ୧୦୦ ଟଙ୍କା ରହିଛି।
ତେବେ ଧର୍ମ ମାସ କାର୍ତ୍ତିକରେ ବ୍ରହ୍ମପୁର ସହରରେ କିଭଳି ରହିଛି ବଜାର ଦର ସେନେଇ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ