ETV Bharat / city

ବ୍ରହ୍ମପୁରର ୧୩ଟି କେନ୍ଦ୍ରରେ ଟୀକାକରଣ, ଗାଡିରେ ବସି ଟିକା ନେଉଛନ୍ତି ଲୋକ - ଗାଡି ଉପରେ ଟୀକାକରଣ

ବ୍ରହ୍ମପୁରରେ କିଭଳି ପରଚିଳିତ ହେଉଛି ଟୀକାକରଣ ଅଭିଯାନ ? ଏ ନେଇ ଗ୍ରାଉଣ୍ଡ ଜିରୋରୁ ଅଧିକ ସୂଚନା ଦେଉଛି ଆମ ସମ୍ବାଦଦାତା ..

ଭିଡ ନିୟନ୍ତ୍ରଣ ପାଇଁ ଗାଡି ଉପରେ ଚାଲିଛି ଟୀକାକରଣ

author img

By

Published : May 11, 2021, 4:33 PM IST

ବ୍ରହ୍ମପୁର: ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟରେ ଟୀକାକରଣ ଜାରି ରହିଥିବା ବେଳେ ବ୍ରହ୍ମପୁର ସହରର ୧୩ ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । ଏ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭିଡ ନିୟନ୍ତ୍ରଣ ପାଇଁ ଗାଡି ଉପରେ ଚାଲିଛି ଟୀକାକରଣ

ସେପଟେ ସହରର ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ଗାଡିରେ ବସି ଲୋକ ଟିକା ନେବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଫଳରେ ଅନେକ ଯୁବକ ଯୁବତୀ ନିଜ ମୋଟର ସାଇକେଲ ଠାରୁ ଆରମ୍ଭ କରି କାର ମଧ୍ୟରେ ବସି ଟିକା ନେଇଥିବା ଦେଖାଯାଇଥିଲା ।

ଟିକାକରଣ ନେଇ ବ୍ରହ୍ମପୁରରେ ଅନଲାଇନ ରେଜିଷ୍ଟ୍ରେସନ ପରେ ଭିଡ ନିୟନ୍ତ୍ରଣ ପାଇଁ ସ୍ଳଟ ବୁକିଂ ମାଧ୍ୟମରେ ଟିକା ଦିଆଯାଉଛି । ଏଥିପାଇଁ ଗାଡି ଉପରେ ବସିଥିବା ନାଗରିକଙ୍କୁ ଟିକା ଦିଆଯାଉଥିବା ଦେଖିବାକୁ ମିଳିଛି ।

ଏହି ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ° ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳୀରାମ ବନ୍ଦୋର । ଏ ନେଇ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ପରିସରରୁ ଅଧିକ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ..

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.