ETV Bharat / city

ମୁକ୍ତା ଯୋଜନାରେ ରୋଜଗାର ପାଇଲେ ମହିଳା ଗୋଷ୍ଠୀ - ମୁକ୍ତା ଯୋଜନା

ପାରମ୍ପରିକ ଓ କୌଳିକ ଜୀବିକା ମାଧ୍ୟମରେ ମହିଳାମାନଙ୍କୁ କରାଯାଉଛି ସଶକ୍ତିକରଣ । ସରକାରଙ୍କ ମୁକ୍ତା ଯୋଜନାରେ ଯୋଗାଇ ଦିଆଯାଉଛି ପାରମ୍ପରିକ ପନ୍ଥାକୁ ଆପଣାଇବାର ସୁଯୋଗ । ଅଧିକ ପଢନ୍ତୁ...

ମୁକ୍ତା ଯୋଜନାରେ ମହିଳା ଗୋଷ୍ଠୀଙ୍କୁ ମିଳୁଛି ବେରୋଜଗାରରୁ ମୁକ୍ତି

author img

By

Published : Aug 25, 2021, 2:34 PM IST

ବ୍ରହ୍ମପୁର: ନିଜର ପାରମ୍ପରିକ ଓ କୌଳିକ ଜୀବିକା ମାଧ୍ୟମରେ ମହିଳାମାନଙ୍କୁ କରାଯାଉଛି ସଶକ୍ତିକରଣ । ସରକାରଙ୍କ ମୁକ୍ତା ଯୋଜନାରେ ଯୋଗାଇ ଦିଆଯାଉଛି ପାରମ୍ପରିକ ପନ୍ଥାକୁ ଆପଣାଇବାର ସୁଯୋଗ । ମୁଖ୍ୟତଃ ଏହି ଯୋଜନା ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନିଜେ ଦୁଇ ପଇସା ରୋଜଗାର କରିବା ସାଙ୍ଗକୁ କୌଳିକ ବୃତ୍ତିକୁ ମଧ୍ୟ ଜୀବନ୍ତ କରି ରଖିବାରେ ସକ୍ଷମ ହେଉଛନ୍ତି ।

ମୁକ୍ତା ଯୋଜନାରେ ମହିଳା ଗୋଷ୍ଠୀଙ୍କୁ ମିଳୁଛି ବେରୋଜଗାରରୁ ମୁକ୍ତି

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଏମାନଙ୍କୁ ବ୍ରହ୍ମପୁର ସହରରେ ପୁଣି ଥରେ ଯୋଗାଇ ଦିଆଯାଉଛି ସେମାନଙ୍କ ପାରମ୍ପରିକ କାର୍ଯ୍ୟ । ମୁଖ୍ୟତଃ ସରକାରଙ୍କ ଏହି ନୂତନ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ବିନା ଟେଣ୍ଡରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ପାରୁଛନ୍ତି । ବ୍ରହ୍ମପୁର ସହରରେ ଏହାକୁ ନେଇ ତିନୋଟି ଏସ୍ଏଚଜି ଗ୍ରୁପକୁ ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯାଇଛି ଟ୍ରି-ଗାର୍ଡ ନିର୍ମାଣ କାର୍ଯ୍ୟ । ପ୍ରଥମେ ୧୦ ଜଣ ମହିଳାଙ୍କୁ ନେଇ ଗୋଟିଏ ଲେଖାଏଁ ରେସିଡେଣ୍ଟାଲ୍ ୱେଲଫର୍ ଆସୋସିଏସନ୍ ଗଠନ କରାଯାଇ ସେମାନଙ୍କ କୌଳିକ ବୃତ୍ତି ଅନୁଯାୟୀ କାର୍ଯ୍ୟ ଯୋଗାଇ ଦିଆଯାଉଛି ।

ପ୍ରଥମ ପର୍ଯ୍ୟାୟରେ ଏହି ଗ୍ରୁପ ଗୁଡିକୁ ଏକ ହଜାର ଟ୍ରି-ଗାର୍ଡ ତିଆରି କରିବାକୁ କହିଛି ବିଏମସି । ମୁଖ୍ୟତଃ ବାଉଁଶକୁ କାଟି ପୂର୍ବରୁ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରୁଥିବା ଏହି ମହିଳାମାନେ ଦୈନିକ ଚାରିରୁ ପାଞ୍ଚୋଟି ଟି-ଗାର୍ଡ ତିଆରି କରୁଛନ୍ତି । ଏଥିପାଇଁ ପ୍ରତ୍ୟେକ ଟ୍ରି-ଗାର୍ଡ ପିଛା ୧୫୦ ଟଙ୍କା ବିଏମସି ପ୍ରଦାନ କରୁ ଥିବାବେଳେ ଗୋଟିଏ ପ୍ରସ୍ତୁତ କଲେ ୩୦ ରୁ ୪୦ ଟଙ୍କା ଲାଭ ପାଉଥିବା କହିଛନ୍ତି ମହିଳାମାନେ । ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ପୂର୍ବରୁ ଅନେକ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିବାର ନଜର ରହିଛି । ବର୍ତ୍ତମାନର ମୁକ୍ତା ଯୋଜନାରେ ଅନେକ ପାରମ୍ପରିକ ଜୀବିକାକୁ ନେଇ ଜୀବନଜୀବିକା ନିର୍ବାହ କରି ଆସୁଥିବା ମହିଳାମାନଙ୍କୁ କୋଭିଡ ପରେ ପୁଣି ସଶକ୍ତିକରଣ କରିବାରେ ଅନେକ ସହାୟତା ହେବ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.