ETV Bharat / city

ଯୁଦ୍ଧ ବିଭୀଷିକାରେ ଭବିଷ୍ୟତ ଅନ୍ଧାର ! ଆଶଙ୍କାରେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ

author img

By

Published : Apr 14, 2022, 9:14 PM IST

ନାନା ବାଧାବିଘ୍ନ ପରେ ସୁରକ୍ଷିତ ସ୍ବଦେଶ ଫେରିଥିଲେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ । ସୁରକ୍ଷିତ ସିନା ଫେରି ଆସିଲେ, ଏବେ ଭବିଷ୍ୟତ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଏହି ସବୁ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଆଶଙ୍କାରେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ, ନାହିଁ ପ୍ରାକ୍ଟିକାଲ ବ୍ୟବସ୍ଥା, ଚିନ୍ତାରେ ଅଭିଭାବକ

ବ୍ରହ୍ମପୁର: ମିଶନ ଗଙ୍ଗା ଜରିଆରେ ୟୁକ୍ରେନରେ ଫସି ରହିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି । ଏହି ଛାତ୍ରଛାତ୍ରୀ ଫେରିବା ସେମାନେ ସିଲାବସ୍‌ ଶେଷ କରିବାକୁ କେଉଁକେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା ସବୁଠି ଆଲୋଚନା ହେଉଛି । ହେଲେ ଏହି ସବୁ ସମସ୍ୟାର ସମାଧାନ ଦିଗରେ କେହି ଆଲୋଚନା କରୁନାହାନ୍ତି । ଏ କଥା ଆମେ ନୁହେଁ ଖୋଦ ୟୁକ୍ରେନରୁ ଫେରିଥିବା ଡାକ୍ତର ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହେବାକୁ ବସିଛି । ୟୁକ୍ରେନରୁ ଭାରତ ଫେରି ଏକ ମାସରୁ ଅଧିକ ସମୟ ବିତି ଗଲାଣି । ହେଲେ ଏହି ଛାତ୍ରଛାତ୍ରୀ ଆଗକୁ କିଭଳି ସେମାନଙ୍କ ପାଠ୍ୟକ୍ରମ ଶେଷ କରିବେ ସେନେଇ ଚିନ୍ତାରେ ରହିଛନ୍ତି । ଆଖିରେ ଆଖିଏ ଡାକ୍ତର ହେବା ସ୍ବପ୍ନ ନେଇ ୟୁକ୍ରେନ୍‌ର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ ଛାତ୍ରଛାତ୍ରୀ । ହେଲେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସବୁକିଛି ଧୂଳିସାତ୍‌ ହୋଇଯାଇଥିଲା ।

ପାଠ ପଢ଼ିବା ତ ଦୂରର କଥା କିଭଳି ଜୀବନ ବଞ୍ଚାଇ ଭାରତ ଫେରିବେ ସେନେଇ ଚିନ୍ତାରେ ପଡ଼ି ଯାଇଥିଲେ ଛାତ୍ରଛାତ୍ରୀ । କୌଣସି ମତେ ସୁରକ୍ଷିତ ଭାରତ ଫେରି ଆସିଲେ । ଏହାପରେ ନାମ ଲେଖାଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ କ୍ଲାସ ମଧ୍ୟ ଆରମ୍ଭ ହୋଇଛି । ହେଲେ ଡାକ୍ତରୀ ଶିକ୍ଷାରେ କେବଳ ଥିଓରୀ ଶିକ୍ଷା ଯଥାର୍ଥ ନୁହେଁ । ଏଥିପାଇଁ ପ୍ରାକ୍ଟିକାଲ ନିହାତି ଆବଶ୍ୟକ । ତେବେ ପ୍ରାକ୍ଟିକାଲ ଶିକ୍ଷା ପାଇଁ ଏହି ଛାତ୍ରଛାତ୍ରୀଙ୍କୁ କୌଣସି ସୁବିଧା ମିଳିନାହିଁ ।

ସେପଟେ ଛାତ୍ରଛାତ୍ରୀ ଭିବିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ବା କଲେଜଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏ ଦିଗରେ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି । କେବେ ଛାତ୍ରଛାତ୍ରୀଙ୍କ ସଠିକ ଢଙ୍ଗରେ ଶିକ୍ଷାଦାନ ହେବ ସେନେଇ ଚିନ୍ତାରେ ରହିଛନ୍ତି ଅଭିଭାବକ । ସେପଟେ ପୁଅ ଝିଅକୁ ଡାକ୍ତର କରାଇବା ଆଶା ନେଇ ଋଣ ୟୁକ୍ରେନ ପଠାଇଥିଲେ ଅଭିଭାବକ । ହେଲେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ଅଭିଭାବକଙ୍କ ଆଶା ଘନ ଅନ୍ଧକାର ଘୋଟି ଆସୁଥିବା ଆଶଙ୍କା କରାଯାଉଛି ।

ଏହାରି ମଧ୍ୟରେ ଋଣ ପରିଷୋଧ କରିବାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏଥିପାଇଁ NMCର ଦୃଷ୍ଟି ଆକର୍ଷଣ କରାଯାଇଛି । ଏବେ ଦେଖିବାକୁ ବାକି ରହିଲା ଏହି ସବୁ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ କି ନାହିଁ । ଯଦି କରିବେ ତେବେ ଏହାଦ୍ବାରା ଛାତ୍ରଛାତ୍ରୀ କେତେ ଉପକୃତ ହେବ । ଏଭଳି ଅନେକ ପ୍ରଶ୍ନ ଏବେ ବି ସଭିଁଙ୍କ ମନରେ ଉଙ୍କି ମାରୁଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.