ETV Bharat / city

ନକଲି ବନ୍ଧୁକ ଦେଖାଇ ହତ୍ୟା ଧମକ ମାମଲା, ଦୁଇ ଗିରଫ - berhampur murder threatening

ନକଲି ବନ୍ଧୁକ ଦେଖାଇ ମଦ ଦୋକାନ ମ୍ୟାନେଜରକୁ ହତ୍ୟା ଧମକ ଘଟଣା । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ । ଅଧିକ ପଢନ୍ତୁ...

ନକଲି ବନ୍ଧୁକ ଦେଖାଇ ହତ୍ୟା ଧମକ ମାମଲା, ଦୁଇ ଗିରଫ

author img

By

Published : Jun 22, 2021, 10:51 PM IST

ବ୍ରହ୍ମପୁର: ଗଞ୍ଜାମରେ ନକଲି ବନ୍ଧୁକ ଦେଖାଇ ବିଦେଶୀ ମଦ ଦୋକାନ ମ୍ୟାନେଜରକୁ ହତ୍ୟା ଧମକ ଘଟଣା । ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ନକଲି ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ କେ . ନୂଆଗାଁ ଥାନା ନୁଆପଡ଼ା ଗ୍ରାମର ଜି. ସାନ୍ତୁନ ରାଓ ଓ ଦିଗପହଣ୍ଡି ଅଞ୍ଚଳ କୋଲୋନୀର କେ . ବଳରାମ ପୃଷ୍ଟି । ସେମାନଙ୍କୁ ଗିରଫ ପରେ ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ରବିବାର ସଟଡାଉନ ଯୋଗୁଁ ସବୁ ଦୋକାନ ବଜାର ପରି ଦିଗପହଣ୍ଡି ଥାନା ଘୋଡାହଡ ମୁଖ୍ୟ ରାସ୍ତାରେ ରହିଥିବା ଏକ ବିଦେଶୀ ମଦ ଦୋକାନ ମଧ୍ୟ ବନ୍ଦ ରହିଥିଲା । ରାତି ପ୍ରାୟ ସାଢେ ୧୦ଟା ସମୟରେ ଦୁଇ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ଦୋକାନ କବାଟ ବାଡେଇଥିଲେ । ମ୍ୟାନେଜର କୃଷ୍ଣଚନ୍ଦ୍ର ଚୌଧୁରୀ କବାଟ ଖୋଲିବା ପରେ ଦୁଇ ଅଭିଯୁକ୍ତ ମଦ ବାକିରେ ମାଗିଥିଲେ । ହେଲେ ସଟଡାଉନ ଯୋଗୁଁ ଦୋକାନ ବନ୍ଦ ରହିଥିବାରୁ ମଦ ଦିଆଯାଇ ପାରିବ ନାହିଁ ବୋଲି କୃଷ୍ଣଚନ୍ଦ୍ର କହିଥିଲେ ।

ଯାହାଫଳରେ ଅଭିଯୁକ୍ତ ସାନ୍ତୁନ ପୂର୍ବରୁ ଧରିଥିବା ଏକ ପିସ୍ତଲ ବାହାର କରି କୃଷ୍ଣଚନ୍ଦ୍ରଙ୍କୁ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେଇଥିଲା । ତେବେ ଦୋକାନ ପରିସରରେ ରହୁଥିବା କିଛି କର୍ମଚାରୀ ଆସିବା ପରେ ଦୁଇ ଅଭିଯୁକ୍ତ ବାଇକ ଯୋଗେ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ କୃଷ୍ଣଚନ୍ଦ୍ର ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେବା ପରେ ଏହାକୁ ଭିତ୍ତିକରି ଦିଗପହଣ୍ଡି ପୋଲିସ ଏକ ମକଦ୍ଦମା ରୁଜୁ କରିବା ସହ ସେମାନଙ୍କୁ ଧରିବାରେ ସଫଳ ହୋଇପାରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.